ନୟାଗଡ଼ ସବ ରେଜିଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନୟାଗଡ଼ ସବ ରେଜିଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସବ ରେଜିଷ୍ଟର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି । ଶାଶ୍ୱତ କୁମାରଙ୍କ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗ ସ୍ଥିତ ଘର, ନୟାଗଡ଼ ସରକାରୀ କାର୍ଯ୍ୟାଳୟ,କେନ୍ଦ୍ରାପଡା କୁଦନଗରୀ ଅନ୍ତର୍ଗତ ତାଳ ଗାଁ ପୈତୃକ […]
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନୟାଗଡ଼ ସବ ରେଜିଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସବ ରେଜିଷ୍ଟର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି । ଶାଶ୍ୱତ କୁମାରଙ୍କ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗ ସ୍ଥିତ ଘର, ନୟାଗଡ଼ ସରକାରୀ କାର୍ଯ୍ୟାଳୟ,କେନ୍ଦ୍ରାପଡା କୁଦନଗରୀ ଅନ୍ତର୍ଗତ ତାଳ ଗାଁ ପୈତୃକ ଘର, ସମେତ ୪ ଜଣ ସମ୍ପର୍କୀୟଙ୍କ ଘର ଓ ଅନ୍ୟ ଏକ ସ୍ଥାନରେ ଚଢ଼ାଉ ଚାଲିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି । ଚଢ଼ାଉ ବେଳେ ଭିଜିଲାନ୍ସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି।




