ନକ୍ସଲ ଆତଙ୍କ ,ଜାଳିଦେଲେ ବିଟ ହାଉସ ଓ ଜେସିବି
ନୂଆପଡା : ନୂଆପଡା ଜିଲ୍ଲାରେ ନକ୍ସଲ ଆତଙ୍କ । ଗତ ରାତିରେ ନକ୍ସଲମାନେ ନୂଆପଡା ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ଫରେଷ୍ଟ ବିଟ୍ ହାଉସକୁ ବୋମା ପକାଇ ଉଡାଇ ଦେବାସହ ପାଖରେ ଥିବା ଏକ ଜେସିବି ମେସିନକୁ ଜାଳି ଦେଇଛନ୍ତି। ଗାଁର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ନକ୍ସଲମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି। ଏହାସହ ଲୋକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ନୂଆପଡ଼ା-ମୈନପୁର […]
ନୂଆପଡା : ନୂଆପଡା ଜିଲ୍ଲାରେ ନକ୍ସଲ ଆତଙ୍କ । ଗତ ରାତିରେ ନକ୍ସଲମାନେ ନୂଆପଡା ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ଫରେଷ୍ଟ ବିଟ୍ ହାଉସକୁ ବୋମା ପକାଇ ଉଡାଇ ଦେବାସହ ପାଖରେ ଥିବା ଏକ ଜେସିବି ମେସିନକୁ ଜାଳି ଦେଇଛନ୍ତି।
ଗାଁର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ନକ୍ସଲମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି। ଏହାସହ ଲୋକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ନୂଆପଡ଼ା-ମୈନପୁର ଡିଭିଜନ ନକ୍ସଲ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲାଳେଶ୍ୱର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ। ଏପରି ଘଟଣାକୁ ନେଇ ସଂମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।




