OTP ସେୟାରିଂ,ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF
ଭୁବନେଶ୍ୱର : ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଗିରଫ ହୋଇ ଝାରପଡା ଜେଲରେ ଥିବା ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF ଟିମ୍ । ପଠାଣି ସାମନ୍ତ ଆଜି ଠାରୁ ୫ ଦିନିଆ ରିମାଣ୍ଡରେ ଯିବ I ଏନେଇ କୋର୍ଟଙ୍କ ଅନୁମତି ପରେ ଜେଲରୁ ପଠାଣିଙ୍କୁ ନେବ ଟିମ୍ । ତେବେ କୋର୍ଟକୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା […]
ଭୁବନେଶ୍ୱର : ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଗିରଫ ହୋଇ ଝାରପଡା ଜେଲରେ ଥିବା ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF ଟିମ୍ । ପଠାଣି ସାମନ୍ତ ଆଜି ଠାରୁ ୫ ଦିନିଆ ରିମାଣ୍ଡରେ ଯିବ I ଏନେଇ କୋର୍ଟଙ୍କ ଅନୁମତି ପରେ ଜେଲରୁ ପଠାଣିଙ୍କୁ ନେବ ଟିମ୍ । ତେବେ କୋର୍ଟକୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ପଶ୍ଚିମବଙ୍ଗ STF ।
ପଠାଣିକୁ ପଶ୍ଚିମବଙ୍ଗର ଗୁଡୁ କୁମାର ସହ ମୁହାମୁହିଁ ପଚରାଉଚରା କରିବ ଟିମ୍ । ଦେଇଥିବା ସିମ୍ରୁ ଗୁଡୁ କିଛି ସାମରିକ ମାନଚିତ୍ରକୁ ପାକିସ୍ତାନର ପ୍ରତିରକ୍ଷା ବିଭାଗର ଟପ୍ ଗୁଇନ୍ଦା ଅଧିକାରୀ ଖୁରମ୍ ଅବଦୁଲ ହମିଦକୁ ପଠାଇଥିଲା । ପୂର୍ବରୁ ପଠାଣି ସାମନ୍ତ ନାଁରେ ସିଲିଗୁଡି ଥାନାରେ ମାମଲା ରହିଛି I ହନି ଟ୍ରାପ ଓ ପାକିସ୍ତାନ ଗୁଇନ୍ଦା ଲିଙ୍କ ନେଇ ହେବ ଅଧିକ ପଚରା ଉଚରା I ରିମାଣ୍ଡ ସରିବା ପରେ ଝାରପଡା ଜେଲ ରେ ପୁଣି ଥରେ ପଠାଣି ସାମନ୍ତଙ୍କୁ ଜେରା କରିବ NIA ।




