ଜେଲରୁ ମୁକୁଳିବେ ‘ନାଗ’

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା I ହାଇକୋର୍ଟରୁ ମିଳିଲା ଜାମିନ I ସମସ୍ତ ୩ଟି ମାମଲାରୁ ପାଇଲେ ଜାମିନ I ୨୦୨୪ ନୂଆବର୍ଷରେ ଜେଲରୁ ମୁକୁଳିବେ ନାଗ I ବହୁ ବଡ଼ବଡ଼ିଆଙ୍କୁ ବ୍ଲାକମେଲିଙ୍ଗ କରି ଅର୍ଥ ହଡପ କରିବା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଠାରୁ ଜାମିନ ପାଇଛନ୍ତି ଅର୍ଚ୍ଚନା। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଥିବା ମାମଲାରେ ଜାମିନ ପାଇଥିଲେ ଅର୍ଚ୍ଚନା ନାଗ। ତିନୋଟି ମାମଲାରେ ତାଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା I ହାଇକୋର୍ଟରୁ ମିଳିଲା ଜାମିନ I ସମସ୍ତ ୩ଟି ମାମଲାରୁ ପାଇଲେ ଜାମିନ I ୨୦୨୪ ନୂଆବର୍ଷରେ ଜେଲରୁ ମୁକୁଳିବେ ନାଗ I ବହୁ ବଡ଼ବଡ଼ିଆଙ୍କୁ ବ୍ଲାକମେଲିଙ୍ଗ କରି ଅର୍ଥ ହଡପ କରିବା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଠାରୁ ଜାମିନ ପାଇଛନ୍ତି ଅର୍ଚ୍ଚନା। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଥିବା ମାମଲାରେ ଜାମିନ ପାଇଥିଲେ ଅର୍ଚ୍ଚନା ନାଗ। ତିନୋଟି ମାମଲାରେ ତାଙ୍କୁ ଜାମିନ ମିଳିଥିବାରୁ,ଏବେ ଅର୍ଚ୍ଚନା ଜେଲରୁ ମୁକୁଳିବା ନେଇ ସ୍ପଷ୍ଟ ହୋଇସାରିଛି I ତେବେ ଅର୍ଚ୍ଚନା ଜେଲରୁ ମୁକୁଳିବା ପରେ କେଶ ସମ୍ପର୍କରେ ବାହାରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ତାଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି କୋର୍ଟ I ଏହାବାଦ ତଦନ୍ତରେ ସବୁପ୍ରକାର ସହଯୋଗ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି I ତେବେ କିଛି ମାସ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସବୁ ମାମଲାରେ ଜାମିନ ପାଇଥିଲେ ମଧ୍ୟ ବର୍ତ୍ତମାନ ଝାରପଡ଼ା ଜେଲ୍‌ରେ ଅଛନ୍ତି ।
ସୂଚନାନୁସାରେ,ବେଆଇନ ଅର୍ଥ କାରବାର ମାମଲା ଥିବାରୁ ଇଡି ଦ୍ଵାରା ମଧ୍ୟ ସେ ଗିରଫ ହୋଇଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ ମେଲ କରି ଟଙ୍କା ମାଗିବା ଅଭିଯୋଗରେ ୬ ଅକ୍ଟୋବର ୨୦୨୨ ମସିହାରେ ନୟାପଲ୍ଲୀ ଥାନା ଗିରଫ କରିଥିଲା। ଏହା ପରେ ଅନ୍ୟ ଏକ ମାମଲାରେ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ସହ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲେ। ଏହି ଘଟଣାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ଓ ଖଗେଶ୍ବର ପାତ୍ର ଆଇନ ଜାଲରେ ଛନ୍ଦି ହୋଇଥିଲେ।

Tags: