ନାଗ ଦମ୍ପତିଙ୍କୁ ମିଳିଲାନି ଜାମିନ, ଉପର କୋର୍ଟରେ ଆବେଦନ
ଭୁବନେଶ୍ୱର : ନାଗ ଦମ୍ପତିଙ୍କର ଜାମିନ ଆବେଦନ ହେଲା ଖାରଜ I ଜାମିନ୍ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଗତକାଲି ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ । ସେହିପରି ଆଜି ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭୁବନେଶ୍ୱର ଏଡିଜେ-୨ କୋର୍ଟ। ଫଳରେ ନାଗ ଦମ୍ପତିଙ୍କ ଜେଲ ରୁ ମୁକୁଳିବା ଆଶା ମଉଳିଛି I ତେବେ ଏହାପରେ ଜିଲ୍ଲI ଦୌରା ଜଜଙ୍କ କୋର୍ଟରେ ଅର୍ଚ୍ଚନା ନାଗ […]
ଭୁବନେଶ୍ୱର : ନାଗ ଦମ୍ପତିଙ୍କର ଜାମିନ ଆବେଦନ ହେଲା ଖାରଜ I ଜାମିନ୍ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଗତକାଲି ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ । ସେହିପରି ଆଜି ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭୁବନେଶ୍ୱର ଏଡିଜେ-୨ କୋର୍ଟ। ଫଳରେ ନାଗ ଦମ୍ପତିଙ୍କ ଜେଲ ରୁ ମୁକୁଳିବା ଆଶା ମଉଳିଛି I ତେବେ ଏହାପରେ ଜିଲ୍ଲI ଦୌରା ଜଜଙ୍କ କୋର୍ଟରେ ଅର୍ଚ୍ଚନା ନାଗ ଜାମିନ ଆବେଦନ କରିଥିବା ଜଣା ପଡିଛି ।
ସୂଚନାନୁସାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର JMFC-୩ରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଗତକାଲି ଖାରଜ ହୋଇଥିଲା। ତଳ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଅର୍ଚ୍ଚନା ଉପର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ପୁଣି ସେ ଜାମିନ ଆବେଦନ କରିଛନ୍ତି। ସେହିପରି ସ୍ୱାମୀ ଜଗବନ୍ଧୁ ଶ୍ରଦ୍ଧାଞ୍ଜଳିଙ୍କୁ ଟ୍ରାପ କରି ଓ ତାଙ୍କ ଭିଡିଓକୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇଥିବାବେଳେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର ପାଇଁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ପ୍ରଡକସନ ପିଟିସିନ ଫାଇଲ କରିଥିଲା ଇଡି। କୋର୍ଟରେ ପ୍ରଡକସନ ପରେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଇଡି ଆବେଦନ କରିବ ବୋଲି ସୂଚନା ରହିଛି।




