୫ ଦିନିଆ ରିମାଣ୍ଡରେ ଯିବେ ନବରଙ୍ଗପୁର ଉପ ଜିଲ୍ଲାପାଳ

ନବରଙ୍ଗପୁର : ୫ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଯିବେ ନବରଙ୍ଗପୁର କୋଟିପତି ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ହେବେ ପ୍ରଶାନ୍ତ। ୫ ଦିନିଆ ଭିଜିଲାନ୍ସ ରିମାଣ୍ଡକୁ ଅନୁମତି ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ। ଗତକାଲି ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ସୂଚନାନୁସାରେ,ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତ ୨ ଦିନ ତଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ପ୍ରଶାନ୍ତ ରାଉତ I ପ୍ରଶାନ୍ତ ରାଉତଙ୍କ […]

Samaya Live Picture
Published On

ନବରଙ୍ଗପୁର : ୫ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଯିବେ ନବରଙ୍ଗପୁର କୋଟିପତି ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ହେବେ ପ୍ରଶାନ୍ତ। ୫ ଦିନିଆ ଭିଜିଲାନ୍ସ ରିମାଣ୍ଡକୁ ଅନୁମତି ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ। ଗତକାଲି ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।

ସୂଚନାନୁସାରେ,ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତ ୨ ଦିନ ତଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ପ୍ରଶାନ୍ତ ରାଉତ I ପ୍ରଶାନ୍ତ ରାଉତଙ୍କ ସରକାରୀ କାର୍ଯ୍ୟାଳୟ,ପୈତୃକ ଘର ସହ ମୋଟ ୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ I ଚଢ଼ାଉ ସମୟରେ ତାଙ୍କ ଘରୁ ମିଳିଥିଲା ନଗଦ ୩ କୋଟି ସହିତ ମୋଟ୍‌ ୫ କୋଟି ୨୧ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା । ଚଢ଼ାଉ ସମୟରେ ସେ ପଡୋଶୀ ଛାତକୁ ୬ ପେଟି ଟଙ୍କା ଫୋପାଡ଼ି ଦେଇଥିଲେ I ଏହାକୁ ମଧ୍ୟ ଭିଜିଲାନ୍ସ ଜବତ କରିଥିଲା I ଏଥିରେ ମୋଟ ୬୭ ଲକ୍ଷ ଟଙ୍କା ଥିବା ଜଣା ପଡିଥିଲା Iଏହା ସହିତ ଭୁବନେଶ୍ୱର ଓ କଟକର ପ୍ରାଇମ୍‌ ଲୋକେସନରେ ୪ଟି ପ୍ଲଟ୍‌ ଓ ଉମରକୋଟରେ ରଖିଛନ୍ତି ଗୋଟିଏ ବେନାମୀ ପ୍ଲଟ୍‌ ଥିବା ଜଣା ପଡିଥିଲା । ଦୁଇଟି ବେନାମୀ ଆକାଉଣ୍ଟ ଖୋଲି ଲାଞ୍ଚ ଟଙ୍କା ନେଉଥିଲେ ପ୍ରଶାନ୍ତ ରଉତ । ସେ ତାଙ୍କର ସର୍ବମୋଟ ସମ୍ପତ୍ତି ଠାରୁ ଅଧିକ ୫୦୦% ଅଧିକ ସମ୍ପତି ଠୁଳ କରିଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ

Tags: