ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: କେମିତି ବଦଳିଲା ସାର୍ଟର ରଙ୍ଗ ?

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକଙ୍କର ବଦଳିଲା ସାର୍ଟର ରଙ୍ଗ । ହଳଦିଆ ସାର୍ଟ ଜବତ ହୋଇଥିବାବେଳେ ତାହା ଧଳା ରଙ୍ଗର କେମିତି ପରିଣତ ହେଲା । ଏହାବାଦ ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ କାହିଁକି ସିବିଆଇ ଜବତ କଲାନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ସେହିପରି ଗୁଳିକାଣ୍ଡ ସମୟରେ […]

Samaya Live Picture
Published On

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକଙ୍କର ବଦଳିଲା ସାର୍ଟର ରଙ୍ଗ । ହଳଦିଆ ସାର୍ଟ ଜବତ ହୋଇଥିବାବେଳେ ତାହା ଧଳା ରଙ୍ଗର କେମିତି ପରିଣତ ହେଲା । ଏହାବାଦ ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ କାହିଁକି ସିବିଆଇ ଜବତ କଲାନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ସେହିପରି ଗୁଳିକାଣ୍ଡ ସମୟରେ ସ୍ବର୍ଗତ ନାଵ ଦାସଙ୍କ ରକ୍ତ ଭିଜା ସାର୍ଟ ଏବଂ କାରରେ ଥିବା ନବଙ୍କ ତଉଲିଆର ମଧ୍ୟ ପତ୍ତା ମିଳୁନାହିଁ । ଏହା କ୍ରାଇମ୍‌ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ଏହି ସମ୍ବେଦନଶୀଳ ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ବୟାନ ଅନୁସାରେ,ଯେଉଁଦିନ ନବଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେଦିନ ମୁଁ ଘଟଣାସ୍ଥଳରେ ଉପସ୍ଥିତ ଥିଲି । ମୁଁ ନବ ଦାସଙ୍କୁ ଉଠାଇ ଗାଡିରେ ରଖିଥିଲି । ହେଲେ ସେଦିନ ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି । କିନ୍ତୁ ଚାର୍ଜସିଟ୍‌ରେ ଭୁଲ୍‌ ତଥ୍ୟ ରହିଛି ଯେ, ମୁଁ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛି ବୋଲି କୁହାଯାଇଛି ।

ସୂଚନାନୁସାରେ,୨୦୨୩ ମସିହା ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ପ୍ରକୋଷ୍ଠ ଉଦ୍‌ଘାଟନ ପାଇଁ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପହଞ୍ଚିଥିଲେ। ଏହି ସମୟରେ ବେଲପାହାଡ଼ ଥାନା ଗୁମାଡ଼େରାର ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ମଧ୍ୟ ଘଟଣାସ୍ଥଳରେ ଥିଲେ। ନବ ଦାସଙ୍କୁ ଗୁଳିମାଡ଼ ହେବା ପରେ ସେ ସାମନା ସିଟ୍‌ରେ ଟଳି ପଡ଼ିଥିଲେ। ଶ୍ରୀ ପଟ୍ଟନାୟକ, ସିଦ୍ଧାର୍ଥନାଥ ଶର୍ମା ଓ ଦ୍ବାରିକାନାଥ ପଣ୍ଡା ତୁରନ୍ତ ଶ୍ରୀ ଦାସଙ୍କୁ ନେଇ ପଛସିଟ୍‌ରେ ଶୁଆଇ ଦେଇଥିଲେ। ଏହି ସମୟରେ ଶ୍ରୀ ପଟ୍ଟନାୟକ ପିନ୍ଧିଥିବା ସାର୍ଟରେ ମଧ୍ୟ ରକ୍ତ ଲାଗିଯାଇଥିଲା।

୨୦୨୩ ମସିହା ଫେବ୍ରୁଆରି ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କର ସିଆର୍‌ପିସି ଧାରା ୧୬୧ ଅନୁସାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଯେଉଁଥିରେ ଶ୍ରୀ ପଟ୍ଟନାୟକ ତାଙ୍କ ରକ୍ତଲଗା ହଳଦିଆ ରଙ୍ଗର ସାର୍ଟକୁ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଦାଖଲ କରିଥିବା ବେଳେ ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ତାହାକୁ ଜବତ କରିଥିଲେ। ଜବତ ତାଲିକା କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ପଢ଼ି ଶୁଣାଯିବା ପରେ ଶ୍ରୀ ପଟ୍ଟନାୟକ ଓ ସାକ୍ଷୀମାନେ ଦସ୍ତଖତ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କର ଏହି ଜମାନବନ୍ଦିରେ ‘ମୋ ଦ୍ବାରା ରେକର୍ଡ କରାଯାଇଛି’ ସ୍ଥାନରେ ତଦନ୍ତକାରୀ ଅଧିକାରୀ ଶ୍ରୀ ଦୋରାଙ୍କର ଦସ୍ତଖତ ରହିଛି ଏବଂ ତାହା କୋର୍ଟରେ ଜମା କରାଯାଇଛି।

ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା । ହେଲେ ଏବେ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ପ୍ରଥମେ ନବ ଦାସଙ୍କ ଝିଅ ଦୀପାଳି ଦାସ ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ଏବେ ସାକ୍ଷୀଙ୍କ ବୟାନ ଚର୍ଚ୍ଚାକୁ ଆସିଛି ।

Tags: