ଘଟଣାସ୍ଥଳରେ ନବ ଦାସଙ୍କର ମୃତ୍ୟୁ ଘଟିଥିଲା,ଏବେ ଡ୍ରାମା କାହିଁକି ? ଜୟନାରାୟଣ ମିଶ୍ର
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର I ଗୋପାଳ ଦାସ ଗୁଳିରେ ଘଟଣା ସ୍ଥଳରେହିଁ ପ୍ରାଣ ହରାଇଥିଲେ ନବ ଦାସ I ଏନେଇ ତାଙ୍କୁ ସୂଚନା ମିଳିଥିଲେ ମଧ୍ୟ ଜାଣିଶୁଣି ଏହାକୁ ଡ୍ରାମା କରାଯାଉଛି ବୋଲି ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି I ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିବା […]
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର I ଗୋପାଳ ଦାସ ଗୁଳିରେ ଘଟଣା ସ୍ଥଳରେହିଁ ପ୍ରାଣ ହରାଇଥିଲେ ନବ ଦାସ I ଏନେଇ ତାଙ୍କୁ ସୂଚନା ମିଳିଥିଲେ ମଧ୍ୟ ଜାଣିଶୁଣି ଏହାକୁ ଡ୍ରାମା କରାଯାଉଛି ବୋଲି ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି I
ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିବା ଘଟଣା ଏବେ ସାରା ରାଜ୍ୟର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ବିରୋଧୀ ବିଜେପି ଏନେଇ ସିବିଆଇ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ଏନେଇ ଏସଆଇଟି ତଦନ୍ତ ଦାବି କରିଛି । ଏଥିସହିତ ଏହା ଏକ ସାଧାରଣ ହତ୍ୟା ନୁହେଁ, ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ପ୍ରେସ୍ ମିଟରେ ଅଭିଯୋଗ ଆଣିଛି ।
ତେବେ ଏହି ସମୟରେ ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଜୟନାରାୟଣ କହିଛନ୍ତି, ନବଙ୍କର ମୃତ୍ୟୁ ସ୍ପଟରେ ଘଟିଥିବା ନେଇ ଆମେ ଖବର ପାଇଛୁ । ତେଣୁ ଏଭଳି ଡ୍ରାମା କରିବାର କ’ଣ ଆବଶ୍ୟକ ଥିଲା । ଯଦି ହତ୍ୟାକାରୀ ଏସଆଇ ଗୋପାଳ ଦାସ ପାଗଳ ଥିଲେ, ତେବେ ତାଙ୍କୁ ସର୍ଭିସ ପିସ୍ତଲ କ’ଣ ପାଇଁ ଦିଆଯାଇଥିଲା । ଏହି ହତ୍ୟା ପଛରେ ଅନେକ ରହସ୍ୟ ଲୁଚି ରହିଛି । ଏଥିରେ ଅନେକ ବଡ଼ ଲୋକଙ୍କର ସମ୍ପୃକ୍ତି ରହିଛି ।
ଏହାସହ ଜୟନାରାୟଣ ଆହୁରିମଧ୍ୟ କହିଛନ୍ତି କି ଓଡ଼ିଶା ପୋଲିସରେ କେତେ ପାଗଳ ରହିଛନ୍ତି, ସେନେଇ ସରକାର ସ୍ପଷ୍ଟ କରନ୍ତୁ । ଏଭଳି ଆଈ ମା’ କାହାଣୀ ଶୁଣିବାକୁ ଆମେ ପ୍ରସ୍ତୁତ ନାହୁଁ । ସେହିପରି ନବ ଦାସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲାଗି ଝାରସୁଗୁଡ଼ା ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟିଫାଏ କରିଥିଲେ କି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ତେବେ ଜୟନାରାୟଣଙ୍କ ଅଭିଯୋଗ ନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ଛାନଭିନ ଚଳାଇଥିବା ବେଳେ ଅନ୍ୟପଟେ ରାଜ୍ୟ ବିରୋଧୀ ଦଳ ନେତାଙ୍କ ଏହି ବୟାନ ଏବେ ହଲଚଲ ସୃଷ୍ଟି କରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଓ ଫରେନସିକ ଟିମ୍ କ୍ରାଇମସ୍ପଟରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି ।
ସୂଚନାନୁସାରେ ଗତ ରବିବାର ଦିନ ମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଯିବାବେଳେ ତାଙ୍କ ପୂର୍ବତନ ପିଏସଓ ଗୋପାଳ ଦାସ ଗୁଳିମାଡ଼ କରିଥିଲା I ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା ଏହାପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆପୋଲକୁ ଏୟାରଲିଫ୍ଟ କରାଯାଇଥିଲା I ତାଙ୍କ ଚିକିତ୍ସା ପାଇଁ ଏକ ୫ ଜଣିଆ ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ ମଧ୍ୟ ସନ୍ଧ୍ୟା ୭.୧୦ ରେ ଆଖିବୁଜିଥିଲେ ନବ ଦାସ I ଏହି ଘଟଣାରେ ରାଜନୈତିକ ବୟାନ ବାଜି ଜୋର ଧରିଥିଲେ ମଧ୍ୟ ହତ୍ୟାକାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ I




