ନବ ଦାସ ମୃତ୍ୟୁ ଘଟଣା,ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବେ ପରିବାର

ଝାରସୁଗୁଡା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ଆଜି ହେଉଛି ୨ୟ ଶ୍ରାଦ୍ଧ ବାର୍ଷିକୀ । ଆଜି ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ବାପାଙ୍କ ଶ୍ରାଦ୍ଧ ଅବସରରେ ପୁଣି ଥରେ ସିବିଆଇ ତଦନ୍ତ ଦୋହରାଇଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦୁଇ ସପ୍ତାହ ମଧ୍ୟରେ ଦାବି କରିବୁ ବୋଲି ଦୀପାଳି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା […]

Samaya Live Picture
Published On

ଝାରସୁଗୁଡା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ଆଜି ହେଉଛି ୨ୟ ଶ୍ରାଦ୍ଧ ବାର୍ଷିକୀ । ଆଜି ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ବାପାଙ୍କ ଶ୍ରାଦ୍ଧ ଅବସରରେ ପୁଣି ଥରେ ସିବିଆଇ ତଦନ୍ତ ଦୋହରାଇଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦୁଇ ସପ୍ତାହ ମଧ୍ୟରେ ଦାବି କରିବୁ ବୋଲି ଦୀପାଳି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ନୁହେଁ । ଏହି ଘଟଣା ମୋ ପୁରା ପରିବାରର ଭାବନା ସହ ଜଡିତ । ତେଣୁ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରିବୁ । ଖୁବଶୀଘ୍ର ଏହି ଚିଠିକୁ ଆମେ ରାଜ୍ୟ ସରକାରଙ୍କୁ ଦେବୁ । ଏହାପରେ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରିବେ ।

ସୂଚନାନୁସାରେ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଠିକ୍‌ ୨ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଝାରସୁଗୁଡା ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କରିଥିଲା ଗୋପାଳ ଦାସ । ଯାହାର ମାମଲା ଏବେବି ବିଚାରଧୀନ ରହିଛି । ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଏବେ ଜେଲ୍ ରେ ଦିନ କାଟୁଛି ।

Tags: