ନବ ଦାସ ହତ୍ୟା ମାମଲା: ଝାରସୁଗୁଡା ଜିଲ୍ଲା ଦୌରା ଜର୍ଜ କୋର୍ଟରେ ଗୋପାଳ ଦାସ
ଝାରସୁଗୁଡା : କଡା ସୁରକ୍ଷା ମଧ୍ୟରେ ଝାରସୁଗୁଡା ଜିଲ୍ଲା ଦୌରା ଜର୍ଜ କୋର୍ଟରେ ହାଜର ହେଲା ଗୋପାଳ ଦାସ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଛି । କଟକ ଚୌଦ୍ୱାର ଜେଲରୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା କୋର୍ଟରେ ହଜାର କରଯାଇଥିଲା । ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଆଜି ଜିଲ୍ଲା […]
ଝାରସୁଗୁଡା : କଡା ସୁରକ୍ଷା ମଧ୍ୟରେ ଝାରସୁଗୁଡା ଜିଲ୍ଲା ଦୌରା ଜର୍ଜ କୋର୍ଟରେ ହାଜର ହେଲା ଗୋପାଳ ଦାସ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଛି । କଟକ ଚୌଦ୍ୱାର ଜେଲରୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା କୋର୍ଟରେ ହଜାର କରଯାଇଥିଲା । ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଆଜି ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜିରା ପରେ ଗୋପାଳ ଚୌଦ୍ୱାର ଜେଲ ଫେରିଛି ।
ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । ଗୋପାଳ ଓକିଲ ଦେବାକୁ ମନା କରିବାରୁ ଷ୍ଟେଟ ଡିଫେନ୍ସ ଓକିଲ ନରେଶ ନାୟକଙ୍କୁ ଗୋପାଳର ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯାଇଛି । ସୂଚନାନୁସାରେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ମଧ୍ୟାହ୍ନରେ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧି ଛକରେ ହତ୍ୟା କରିଥିଲା ଗୋପାଳ ଦାସ । ସମସ୍ତଙ୍କ ସାମନାରେ ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇଥିଲା । ଏବେ ଚୌଦ୍ୱାର ସର୍କଲ ଜେଲରେ ଅଛି ଗୋପାଳ ଦାସ ।




