କ୍ରିକେଟ ଖେଳରୁ ହତ୍ୟାକାଣ୍ଡ

କଟକ : ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ଖେଳ ସମୟରେ ଘଟି ଯାଇଛି ବଡ଼ ଅଘଟଣ I ପଡିଆ ଭିତରେ ଯୁବକଙ୍କୁ ଛୁରୀମାଡ଼ I ଏହାପରେ ଠେଙ୍ଗାରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି I ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ I ମୃତକ ହେଉଛନ୍ତି ମହିଁସାଲଣ୍ଡା ଗାଁର ଲକି ରାଉତ (୨୨)। କ୍ରିକେଟ୍‌ ମ୍ୟାଚ୍‌ ବେଳେ ଅମ୍ପାୟର ଗୋଟିଏ ନୋ ବଲ୍‌ ଘୋଷଣା କରିଥିଲେ । […]

Samaya Live Picture
Published On

କଟକ : ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ଖେଳ ସମୟରେ ଘଟି ଯାଇଛି ବଡ଼ ଅଘଟଣ I ପଡିଆ ଭିତରେ ଯୁବକଙ୍କୁ ଛୁରୀମାଡ଼ I ଏହାପରେ ଠେଙ୍ଗାରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି I ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ I ମୃତକ ହେଉଛନ୍ତି ମହିଁସାଲଣ୍ଡା ଗାଁର ଲକି ରାଉତ (୨୨)।

କ୍ରିକେଟ୍‌ ମ୍ୟାଚ୍‌ ବେଳେ ଅମ୍ପାୟର ଗୋଟିଏ ନୋ ବଲ୍‌ ଘୋଷଣା କରିଥିଲେ । ଯାହାକୁ ନେଇ ମୈଦାନରେ ସୃଷ୍ଟି ହୋଇଥିଲା ବିବାଦ । ଛୁରାମାଡ କରି ଜଣେ ଆକ୍ରମଣକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଧରିଛି I ଅଭିଯୁକ୍ତମାନେ ହେଲେ ଚୌଦ୍ୱାର ବ୍ରହ୍ମପୁର ଗ୍ରାମର ରାଜା, ସ୍ମୁତି ଓରଫ ମୁନା, ସଞ୍ଜୟ ଓରଫ ମୁଗୁନି ଓ ବାଦଲ। ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ହେଉଛି ମୁନା। ଏହି ଘଟଣାର ତଦନ୍ତ ଚାଲିଛି ଏବଂ ହତ୍ୟାର ଅନ୍ୟ କୌଣସି କାରଣ ସାମ୍ନାକୁ ଆସିଲେ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଘଟନାନୁସାରେ,ମହିଁଶାଲଣ୍ଡା ଗାଁରେ ମହାବଳୀ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ବ୍ରହ୍ମପୁର ଓ ଶଙ୍କରପୁର ଗାଁ ମଧ୍ୟରେ ସେମି-ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା । ଖେଳ ସମୟରେ ପ୍ରଥମ ବଲରେ ଆଉଟ୍ ହୋଇଯାଇଥିଲେ ବ୍ରହ୍ମପୁରର ବ୍ୟାଟସମ୍ୟାନ୍ । ଅମ୍ପାୟାର୍ ପ୍ରୀତିରଂଜନ ସାମଲ ‘ଆଉଟ୍ ସିଗ୍ନାଲ୍ ଦେଇଥିବା ବେଳେ ତାକୁ ବ୍ରହ୍ମପୁର ଖେଳାଳିମାନେ ମାନି ନଥିଲେ। ଏହାପରେ ପଡିଆ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଯୁକ୍ତି ତର୍କ I ଦେଖୁ ଦେଖୁ ଅମ୍ପାୟାଙ୍କୁ ଘେରିଯାଇ ଧସ୍ତାଧସ୍ତି ଏବଂ ମରାମରି କରିବା ଯାଏଁ ଯାଇଥିଲା । ଏହା ଦେଖି ମ୍ୟାଚ୍ ଆୟୋଜନ କମିଟିର ଜଣେ ଯୁବକ ମହିଷାଲଣ୍ତା ଗ୍ରାମର ଲକି ରାଉତ(୨୨) ପଡ଼ିଆ ମଧ୍ୟକୁ ଆସି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ,ଖେଳାଳିମାନେ କିଛି ନଶୁଣି ଅମ୍ପାୟାର୍ଙ୍କ ଉପରେ ଆକ୍ରମଣ ଜାରି ରଖିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଘଟଣାସ୍ଥଳରେ ପହଂଚିବା ପାଇଁ ଡାକିଥିଲେ। ଏହି ସମୟରେ ପ୍ରତିପକ୍ଷର କିଛି ଯୁବକ ପଡ଼ିଆ ମଧ୍ୟକୁ ପ୍ରବେଶ କରି ସାଙ୍ଗରେ ଆଣିଥିବା ଛୁରି ଓ ବ୍ୟାଟ୍ ସାହାଯ୍ୟରେ ଲକି ରାଉତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଲକି ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ଠେଙ୍ଗା ରେ ପିଟି ଚାଲିଥିଲେ ଉତ୍ୟକ୍ତ ଯୁବକ ମାନେ I ତେବେ ଘଟଣାସ୍ଥଳରେ ଗ୍ରାମବାସୀମାନେ ପହଁଚି ଲକିଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଟକ ବଡ଼ଡାକ୍ତରଖାନାକୁ ପଠାଇବା ସହ ଆକ୍ରମଣ କରିଥିବା ୪ ଯୁବକଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଥିଲେ। ଅନ୍ୟ ୩ ଆକ୍ରମଣକାରୀ ସେଠାରୁ ଖସି ପଳାଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ଲକି ରାଉତଙ୍କ ମୃତ୍ୟୁ ଘଟିଥିବା ଜଣା ପଡିବା ପରେ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଥିଲା I

ଖବର ପାଇ ଚୌଦ୍ବାର ଥାନା ଭାରପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ଜୋନ୍-୧ ଏସିପି ଅରୁଣ ସ୍ବାଇଁ ଘଟଣାସ୍ଥଳରେ ପହଂଚି ଉତ୍ତେଜନା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

Tags: