ହତ୍ୟାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ସ୍ବର୍ଗତ ପଣ୍ଡାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଘଟଣାର ଦୃଢ ନିନ୍ଦା କରିବା ସହ ଖୁବଶୀଘ୍ର ଦୋଷୀଙ୍କୁ ଖୋଜି ବାହାର ଅରାଜି ସେମାନଙ୍କ ଵିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ […]
ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ସ୍ବର୍ଗତ ପଣ୍ଡାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଘଟଣାର ଦୃଢ ନିନ୍ଦା କରିବା ସହ ଖୁବଶୀଘ୍ର ଦୋଷୀଙ୍କୁ ଖୋଜି ବାହାର ଅରାଜି ସେମାନଙ୍କ ଵିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତିରେ ମଧ୍ୟ ବରଦାସ୍ତ କରାଯିବ ନାହିଁ ।
ସୂଚନାନୁସାରେ,ଗତକାଲି ପ୍ରାୟ ରାତି ୧୦ ଟା ସମୟରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଖାଇବା ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ବ୍ରହ୍ମାନଗର ସ୍ଥିତ ଘର ଠାରୁ ମାତ୍ର ଅଳ୍ପ କେଇ ମିଟର ଦୂରରେ ଗୁଳିକରି ହତ୍ୟା କରାଯାଇଥିଲା । ୨ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଅତି ନିକଟରୁ ତାଙ୍କୁ ଗୁଳିକରି ଫେରାର ହୋଇଯାଇଥିଲେ । ପୀତବାସଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୁଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ କଲା ହତ୍ୟା । ରାଜନୈତିକ ନା ବ୍ୟକ୍ତିଗତ ଶତୃତା କାରଣ ଖୋଜୁଛି ପୋଲିସ। ସିସିଟିଭି ଫୁଟେଜରୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କିଏ ଓ କାହିଁ କି ମାରିଲା ଗୁଳି ମାରିଲା ପୋଲିସ ଆଇଜି, ଗଞ୍ଜାମ ଏସପି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ତଦନ୍ତ ଚଳାଇଛନ୍ତି ।




