ପାଇଖାନା ଟାଙ୍କିରେ ହତ୍ୟା ଗୁମର !
ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନବ ଦାସଙ୍କ ହତ୍ୟା ଘଟଣାର ଗୁମର ଲୁଚିଛି ପାଇଖାନା ଟାଙ୍କିରେ ! ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଜୋରଦାର ତନାଘନା ଚଳାଇଥିବାବେଳେ,ପଦାକୁ ଆସିଛି ଆଉ ଏକ ନୂଆ ତଥ୍ୟ I ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । ନବ ଦାସଙ୍କୁ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଏକ ଚିଠି ଲେଖିଥିବା ଗୋପାଳ କ୍ରାଇମବାଞ୍ଚ ଆଗରେ କହିଛି। ସେ ଚିଠିକୁ ଚିରି ଦେଇ ଝାରସୁଗୁଡ଼ା […]
ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନବ ଦାସଙ୍କ ହତ୍ୟା ଘଟଣାର ଗୁମର ଲୁଚିଛି ପାଇଖାନା ଟାଙ୍କିରେ ! ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଜୋରଦାର ତନାଘନା ଚଳାଇଥିବାବେଳେ,ପଦାକୁ ଆସିଛି ଆଉ ଏକ ନୂଆ ତଥ୍ୟ I ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । ନବ ଦାସଙ୍କୁ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଏକ ଚିଠି ଲେଖିଥିବା ଗୋପାଳ କ୍ରାଇମବାଞ୍ଚ ଆଗରେ କହିଛି। ସେ ଚିଠିକୁ ଚିରି ଦେଇ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ଥିବା ପାଇଖାନା ରେ ପକାଇ ଫ୍ଲସ କରି ଦେଇଛି । ବୁଧବାର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ତନାଘନା ଜେରା ବେଳେ ଗୋପାଳ ଏସମ୍ପର୍କରେ ସୂଚନା ଦେଇଛି ।
ଏହି ଚିଠି ସମ୍ପର୍କ ରେ ସୁରାକ ମିଳିବା ପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ସମ୍ବଲପୁର ଆଇଜି ଅରୁଣ କୁମାର, ଝାରସୁଗୁଡା ଏସ୍ପିଙ୍କ ସମେତ ସହିତ କିଛି ସଫେଇ କର୍ମଚାରୀଙ୍କୁ ନେଇ ଗତକାଲି ମଧ୍ୟରାତ୍ରୀରେ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ଥିବା ପାଇଖାନା ଟାଙ୍କିରେ ଚିଠି ଖୋଜା ଚାଲିଛି I ପ୍ରାୟ ୩ ଘଣ୍ଟା ଧରି ସେଫ୍ଟଟି ଟ୍ୟାଙ୍କିକୁ ଖୋଲି କ୍ରାଇମ ବ୍ରାଞ୍ଚ ଖୋଳତାଡ଼ କରିଥିଲା। ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ କିଛି ଠୋସ୍ ପ୍ରମାଣ ହସ୍ତଗତ ହୋଇଛି ନାହିଁ ତାହା ଜଣାପଡ଼ି ନାହିଁ। ଗୋପାଳକୁ ପ୍ରଥମେ ଗିରଫ କରାଯାଇ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ରଖାଯାଇଥିଲା। ସେହି ସମୟରେ ନିଜର ହାତ ଲେଖା ଚିଠିକୁ ସେଫ୍ଟଟି ଟ୍ୟାଙ୍କିରେ ଫ୍ଲସ୍ କରିଦେଇଥିଲା ବୋଲି କହିଛି । ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲେ, ସେନେଇ ହାତ ଲେଖା କାଗଜରେ ଲେଖି ପକେଟରେ ରଖିଥିଲା ଗୋପାଳ I ତେବେ ଗୁଳିକାଣ୍ଡ ପରେ ଘଟଣା ସ୍ଥଳରୁ ଧରା ପଡିଥିଲା I ହତ୍ୟାକାଣ୍ଡ ପରେ କାଳେ ଲୋକ ଧରି ଜୀବନ ନେଇ ଯିବେ ଗୋପାଳ ସନ୍ଦେହ କରିଥିଲା । ମାତ୍ର ହତ୍ୟାକାଣ୍ଡ ପରେ ପୋଲିସ ଗୋପାଳକୁ ଝାରସୁଗୁଡା ଏୟାରପୋର୍ଟ ଥାନାକୁ ନେଇଥିଲା । ସେହି ସମୟରେ ପରିସ୍ରା ଯିବା ବାହାନାରେ ଲୁଚାଇ ରଖିଥିବା ସବୁ କାଗଜକୁ ପାଇଖାନାରେ ଫ୍ଲସ୍ କରିଦେଇଥିଲା
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ ହାତରେ କୌଣସି ଠୋସ ପ୍ରମାଣ ଲାଗି ନାହିଁ I ଅନ୍ୟପଟେ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଅନ୍ୟ ଅଧିକାରୀମାନେ ଗୋପାଳକୁ ମାରାଥନ ଜେରା ପରେ ଚିଠି ଫ୍ଲସ କରିଦେଇଥିବା କଥା ସୂଚନା ଦେଇଥିଲା I




