ଜମି ବିବାଦରୁ ହତ୍ୟାକାଣ୍ଡ,୧ ମୃତ ୨ ଆହତ

ଆଠଗଡ଼ : ଜାଗା ବିବାଦକୁ ନେଇଗୋଷ୍ଠୀ ସଂଘର୍ଷ । ହାତାହାତି ହୋଇ ୨ ଗୋଷ୍ଠୀ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣଘାତିଛି ଆଠଗଡ଼ ଗୁରୁଡିଝାଟିଆ ଥାନା ଗୋବରା ପଞ୍ଚାୟତ ଓରିଙ୍ଗାବାଡି ଗାଁରେ । ଘଟନାନୁସାରେ,ଗୁରୁଡ଼ିଝଟିଆ ଥାନା ଗୋବରା ପଞ୍ଚାୟତ ଓରିଙ୍ଗାବାଡିର ଏକ ଜାଗାରେ ପାଚେରୀ ନିର୍ମାଣ ଚାଲିଥିଲା । ଯାହାକୁ ନେଇ କିଛି ଆଦିବାସୀ ଶ୍ରେଣୀର ଲୋକ […]

ଜମି ବିବାଦରୁ ହତ୍ୟାକାଣ୍ଡ,୧ ମୃତ ୨ ଆହତ
Samaya Live Picture
Published On

ଆଠଗଡ଼ : ଜାଗା ବିବାଦକୁ ନେଇଗୋଷ୍ଠୀ ସଂଘର୍ଷ । ହାତାହାତି ହୋଇ ୨ ଗୋଷ୍ଠୀ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣଘାତିଛି ଆଠଗଡ଼ ଗୁରୁଡିଝାଟିଆ ଥାନା ଗୋବରା ପଞ୍ଚାୟତ ଓରିଙ୍ଗାବାଡି ଗାଁରେ ।

ଘଟନାନୁସାରେ,ଗୁରୁଡ଼ିଝଟିଆ ଥାନା ଗୋବରା ପଞ୍ଚାୟତ ଓରିଙ୍ଗାବାଡିର ଏକ ଜାଗାରେ ପାଚେରୀ ନିର୍ମାଣ ଚାଲିଥିଲା । ଯାହାକୁ ନେଇ କିଛି ଆଦିବାସୀ ଶ୍ରେଣୀର ଲୋକ ବିରୋଧ କରୁଥିଲେ । ଏପିରିକି ପାଚେରୀ ନିର୍ମାଣ କରୁଥିବା ଲୋକଙ୍କ ସହିତ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା କି, ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଓରିଙ୍ଗାବାଡିର ଗାଁର ୩୮ ବର୍ଷୀୟ ବିକ୍ରମ ଜେରାଇ ବୋଲି ଜଣାପଡିଛି । ବାକି ଅନ୍ୟ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Tags: