ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ଏକ ତରଫା ପ୍ରେମକୁ ବିରୋଧ କରିବାରୁ ଦାଦାଙ୍କୁ ହତ୍ୟା କଲା ପ୍ରେମିକ। ଖଣ୍ଡଗିରି ଥାନା ଜଗନ୍ନାଥ ନଗର ଶୁକ ବିହାର ଅଞ୍ଚଳରେ ଘଟିଛି ଘଟଣା ଏହି ନାରକୀୟ କାଣ୍ଡ । ମୃତକ ଜଣକ ହେଲେ ଶୁକବିହାର ଅଞ୍ଚଳର ଜଗତ ମଲ୍ଲିକ ଓରଫ ଜଗା (୩୩) । ହତ୍ୟାକାରୀ ହେଉଛି ତାଙ୍କ ପଡୋଶୀ । ସେ +୨ ପଢୁଛି I ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ଏକ ତରଫା ପ୍ରେମକୁ ବିରୋଧ କରିବାରୁ ଦାଦାଙ୍କୁ ହତ୍ୟା କଲା ପ୍ରେମିକ। ଖଣ୍ଡଗିରି ଥାନା ଜଗନ୍ନାଥ ନଗର ଶୁକ ବିହାର ଅଞ୍ଚଳରେ ଘଟିଛି ଘଟଣା ଏହି ନାରକୀୟ କାଣ୍ଡ । ମୃତକ ଜଣକ ହେଲେ ଶୁକବିହାର ଅଞ୍ଚଳର ଜଗତ ମଲ୍ଲିକ ଓରଫ ଜଗା (୩୩) । ହତ୍ୟାକାରୀ ହେଉଛି ତାଙ୍କ ପଡୋଶୀ । ସେ +୨ ପଢୁଛି I ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି ।

ଅଭିଯୋଗ ଅନୁସାରେ ଜଗାଙ୍କ ଝିଆରୀକୁ ପଡୋଶୀ ହତ୍ୟାକାରୀ ଏକ ତରଫା ପ୍ରେମ କରୁଥିଲା । ମାତ୍ର ଦାଦା ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା ହତ୍ୟାକାରୀ । ଗତକାଲି ରାତି ପାଖାପାଖି ସାଢ଼େ ୧୨ ଟା ବେଳେ ଜଗା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ସ୍କୁଟିରେ ଘରକୁ ଫେରୁଥିବା ବେଳେ ପୂର୍ବରୁ ଏକ ସ୍ଥାନରେ ଲୁଚି ରହିଥିବା ଅଭିଯୁକ୍ତ ଏବଂ ତା’ର ଜଣେ ସହଯୋଗୀ ଖଣ୍ଡାରେ ଜଗାଙ୍କୁ ଆକ୍ରମଣ କରିଥିଲା । ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟଣା ଘଟିଥିଲା । ବେକରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ପ୍ରାଣ ବଞ୍ଚାଇବାକୁ ରକ୍ତାକ୍ତ ଅବସ୍ଥାରେ ବାଇକ୍‌ ଚଳାଇ ଘରକୁ ଯାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପଡ଼ୋଶୀଙ୍କ ସହାୟତାରେ ଏମ୍‌ସରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Tags: