ତ୍ରିକୋଣୀୟ ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର : ପ୍ରେମ ନେଲା ପ୍ରାଣ I ପ୍ରେମିକାର ଖଣ୍ଡା ଚୋଟରେ ଗଡ଼ିଲା ପ୍ରେମିକର ମୁଣ୍ଡ I ପ୍ରେମ ତ୍ରିକୋଣରୁ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ I ପୂର୍ବତନ ପ୍ରେମିକଙ୍କ ସହ ମିଶି ବର୍ତ୍ତମାନ ପ୍ରେମିକଙ୍କୁ ହତ୍ୟା କରିଛି ପ୍ରେମିକା I ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି Iମୃତ ଯୁବକ ହେଲେ କକଟେଲ ବୟ ଅଞ୍ଜନ ବେହେରା I ହତ୍ୟାକାଣ୍ଡ ପରେ ପ୍ରେମିକା ସହିତ ହତ୍ୟାକାରୀ ଫେରାର ହୋଇଯାଇଛି I ଖବର […]

Samaya Live Picture
Published On

ଭୁବନେଶ୍ୱର : ପ୍ରେମ ନେଲା ପ୍ରାଣ I ପ୍ରେମିକାର ଖଣ୍ଡା ଚୋଟରେ ଗଡ଼ିଲା ପ୍ରେମିକର ମୁଣ୍ଡ I ପ୍ରେମ ତ୍ରିକୋଣରୁ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ I ପୂର୍ବତନ ପ୍ରେମିକଙ୍କ ସହ ମିଶି ବର୍ତ୍ତମାନ ପ୍ରେମିକଙ୍କୁ ହତ୍ୟା କରିଛି ପ୍ରେମିକା I ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି Iମୃତ ଯୁବକ ହେଲେ କକଟେଲ ବୟ ଅଞ୍ଜନ ବେହେରା I ହତ୍ୟାକାଣ୍ଡ ପରେ ପ୍ରେମିକା ସହିତ ହତ୍ୟାକାରୀ ଫେରାର ହୋଇଯାଇଛି I ଖବର ପାଇ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଚି ଶବ ବ୍ୟବଚ୍ଛେଦ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି I

ସୂଚନାନୁସାରେ,ଗତକାଲି ରାତି ଗୋଟାଏ ବେଳେ ଅଭିଯୁକ୍ତ ଯୁବତୀ ଜଣଙ୍କ ଅଂଜନଙ୍କୁ ଦେଖା କରିବା ପାଇଁ ଡ଼କାଇଥିଲା I ଏହି ସମୟରେ ପୂର୍ବ ଯୋଜନା ମୁତାବକ ଯୁବତୀଙ୍କ ସହିତ ପିଙ୍କୁ ନାମକ ଜଣେ ଯୁବକ ମିଶି ଅଂଜନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ I ଘଟଣାସ୍ଥଳରେ ଅଞ୍ଜନ ତଳି ପଡିବା ପରେ ଉଭୟେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ I ମୃତ ଯୁବକ ଅଂଜନଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀ I ହତ୍ୟାକରିଥିବା ଯୁବକ ପିଙ୍କୁ ନାଁରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ରହିଛି I ଅଭିଯୁକ୍ତଂକୁ ଧରିବା ପାଇଁ ଲକ୍ଷ୍ମୀସାଗର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି I

Tags: