ଜମି ବିବାଦରୁ ହତ୍ୟାକାଣ୍ଡ,୫ ଜଣଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦ୍ରାପଡା : କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ ଐତିହାସିକ ରାୟ । ୫ ଜଣଙ୍କୁ ଶୁଣାଇଲେ ଆଜୀବନ ସଶ୍ରମ କାରାଦଣ୍ଡ । ଏହା ସହିତ ୨ ଅଭିଯୁକ୍ତଙ୍କୁ ୩୦ ହଜାର ଓ ୨ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଜୟ କୁମାର ପ୍ରଧାନ I ୨୦୨୦ ମସିହାର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ହୋଇଛି । ସୂଚନାନୁସାରେ,କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ସିମୁଳିଆ ଗାଁର […]
କେନ୍ଦ୍ରାପଡା : କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ ଐତିହାସିକ ରାୟ । ୫ ଜଣଙ୍କୁ ଶୁଣାଇଲେ ଆଜୀବନ ସଶ୍ରମ କାରାଦଣ୍ଡ । ଏହା ସହିତ ୨ ଅଭିଯୁକ୍ତଙ୍କୁ ୩୦ ହଜାର ଓ ୨ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଜୟ କୁମାର ପ୍ରଧାନ I ୨୦୨୦ ମସିହାର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ହୋଇଛି ।
ସୂଚନାନୁସାରେ,କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ସିମୁଳିଆ ଗାଁର ୨୦୨୦ ମସିହା ମେ ମାସ ୨୯ ତାରିଖରେ କୁସୁମ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା I ପାରିବାରିକ ତଥା ଜମିଜମା ଶତ୍ରୁତାକୁ କାରଣରୁ ଗାଁର ୫ ଜଣ ମାରାଣସ୍ତ୍ରରେ ହାଣି ନିର୍ମମ ହତ୍ୟା କରିଥିଲେ । ଗାଁର ଦୁଇ ପଡୋଶୀ ଦେବପ୍ରସାଦ ସ୍ୱାଇଁ ଙ୍କୁ ଶିବ ପ୍ରସାଦ ସ୍ୱାଇଁ ଜମି ବିବାଦ ପାଇଁ ମାରଣାସ୍ତ୍ର ଆକ୍ରମଣ କରିଥିଲେ I ଏହାକୁ ରୋକିବାକୁ ଯାଇ ଦେବ ପ୍ରସାଦଙ୍କ ମା’କୁସୁମ ସ୍ୱାଇଁ ହତ୍ୟାକାଣ୍ଡର ଶିକାର ହୋଇଥିଲେ I ଏହି ଘଟଣାରେ ଦେବପ୍ରସାଦ ସ୍ୱାଇଁ ନିଜର ଏକ ହାତ ହରାଇ ଥିଲେ I ଘଟଣା ଘଟିବା ଦିନ ସ୍ଥାନୀୟ ୱାର୍ଡ ମେମ୍ବର ଭଗବାନ ଜେନା ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ପୋଲିସ ପକ୍ଷରୁ ୧୮୮/୨୦୨୦ ରେ ମାମଲା ଦାୟର କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା I ଏହି ଘଟଣାର ରାୟ ଆଜି ପ୍ରକାଶ ପାଇଛି । ଆସାମୀ ଶିବ ପ୍ରସାଦ ସ୍ୱାଇଁ, ପରୀକ୍ଷିତ ସ୍ୱାଇଁ, ଦିଲ୍ଲୀପ ନାୟକ, କିଶୋର କୁମାର ଜେନା ଓ ନଳିନୀପ୍ରଭା ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ।




