ଆର ଆଇ ଅଫିସ ପିଅନଙ୍କୁ ହତ୍ୟା ମାମଲା,୩ ପୁଅ ସହ ମା’ଙ୍କୁ ଜେଲ
ଧର୍ମଗଡ଼ : ବହୁଚର୍ଚ୍ଚିତ ଆଟିଗାଁ ଆର.ଆଇ ଅଫିସ ପିଅନ ହତ୍ୟା ମାମଲାରେ ମା’ ସହ ୩ ପୁଅକୁ ଆଜୀବନ ଜେଲ୍ I ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ। ୨୦୧୮ ମସିହା ଜୁନ୍ ୧୪ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଟିଗାଁ ଆରଆଇ ଅଫିସର ଅସ୍ଥାୟୀ ପିଅନଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତ ହେଲେ ରାଧୁ, ଯଦୁ, ପିତ ଦଣ୍ଡସେନା ଓ ମାଆ କୁଚିତା । ଆଜୀବନ […]
ଧର୍ମଗଡ଼ : ବହୁଚର୍ଚ୍ଚିତ ଆଟିଗାଁ ଆର.ଆଇ ଅଫିସ ପିଅନ ହତ୍ୟା ମାମଲାରେ ମା’ ସହ ୩ ପୁଅକୁ ଆଜୀବନ ଜେଲ୍ I ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ।
୨୦୧୮ ମସିହା ଜୁନ୍ ୧୪ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଟିଗାଁ ଆରଆଇ ଅଫିସର ଅସ୍ଥାୟୀ ପିଅନଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତ ହେଲେ ରାଧୁ, ଯଦୁ, ପିତ ଦଣ୍ଡସେନା ଓ ମାଆ କୁଚିତା । ଆଜୀବନ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ ।
ଘଟନାନୁସାରେ,ଅଭିଯୁକ୍ତ ମାନେ ଆର.ଆଇ ଅଫିସ ନିକଟରେ ଥିବା ଏକ ସରକାରୀ ଜମିକୁ ଅକ୍ତିଆର କରି ଘର ତିଆରି କରୁଥିଲେ I ମାତ୍ର ଏହା ସରକାରୀ ଜମି ହୋଇଥିବାରୁ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପିଅନ ଭାବେ କାମ କରୁଥିବା ଛାୟାକାନ୍ତ ଦଣ୍ଡସେନା କାମ ବନ୍ଦ କରିବାକୁ କହିବା ସହ ରାଜସ୍ବ ନିରୀକ୍ଷକଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା ନଶୁଣି ଅଭିଯୁକ୍ତ ମାନେ ଅତି ବିଭତ୍ସ ଭାବରେ ଚ୍ଛାୟକାନ୍ତକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ I
ଏନେଇ ଏକ ଜୁନାଗଡ଼ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଶନିବାର ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର କୁଚିତା ଦଣ୍ଡସେନା ଓ ତାଙ୍କ ତିନି ପୁଅ ରାଧୁ, ପିତ ଏବଂ ରାଜୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।




