ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ନୟାଗଡ଼ : ନୟାଗଡ଼ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ I ନୟାଗଡ଼ ଜିଲ୍ଲା ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ୨୦୧୯ରେ କୁଶଢିପି ଗାଁର ଅଭିଯୁକ୍ତ ନିରଞ୍ଜନ ମଲ୍ଲିକ ୨ ଜଣଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା I ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ […]

Samaya Live Picture
Published On

ନୟାଗଡ଼ : ନୟାଗଡ଼ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ I ନୟାଗଡ଼ ଜିଲ୍ଲା ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ୨୦୧୯ରେ କୁଶଢିପି ଗାଁର ଅଭିଯୁକ୍ତ ନିରଞ୍ଜନ ମଲ୍ଲିକ ୨ ଜଣଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା I ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାନୁସାରେ,୨୦୧୯ ମସିହାରେ ଅଭିଯୁକ୍ତ ନିରଞ୍ଜନ ମଲ୍ଲିକ,ଓଡଗାଁ ମାର୍କେଟରେ ଡ୍ୟୁଟି କରୁଥିବା ରାତ୍ର ଜଗୁଆଳି ଲୋଚନ ସେଠି ଓ ଜଣେ ମହିଳା ବଦନି ପ୍ରଧାନଙ୍କୁ ଘରେ ପଶି ହତ୍ୟା କରିଥିଲା I ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିଲେ I ଏହି ଘଟଣାର ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Tags: