ଚୌଦ୍ୱାର ଜେଲ୍ ଗଲା ହତ୍ୟା ଅଭିଯୁକ୍ତ ଗୋପାଳ ଦାସ
ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଛି I ଆଜି ଗୋପାଳ ଦାସକୁ ଝାରସୁଗୁଡ଼ାରୁ କଟକ ଚୌଦ୍ୱାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି । ଗୋପାଳକୁ ସ୍ଥାନାନ୍ତର ନେଇ ଝାରସୁଗୁଡ଼ା ସବ୍ ଜେଲ କର୍ତ୍ତୃପକ୍ଷ ଜେଲ୍ ଡିଜିଙ୍କୁ ଅନୁରୋଧ କରିଥିଲେ । ଏହାକୁ ଅନୁମୋଦନ କରିଥିଲେ ଜେଲ୍ ଡିଜି ମନୋଜ ଛାବ୍ରା । ଆଜି […]
ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଛି I ଆଜି ଗୋପାଳ ଦାସକୁ ଝାରସୁଗୁଡ଼ାରୁ କଟକ ଚୌଦ୍ୱାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।
ଗୋପାଳକୁ ସ୍ଥାନାନ୍ତର ନେଇ ଝାରସୁଗୁଡ଼ା ସବ୍ ଜେଲ କର୍ତ୍ତୃପକ୍ଷ ଜେଲ୍ ଡିଜିଙ୍କୁ ଅନୁରୋଧ କରିଥିଲେ । ଏହାକୁ ଅନୁମୋଦନ କରିଥିଲେ ଜେଲ୍ ଡିଜି ମନୋଜ ଛାବ୍ରା । ଆଜି ପୂର୍ବାହ୍ନରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ବୟାନ ରେକର୍ଡ କରାଯାଇଥିଲା। ବୟାନ ରେକର୍ଡ ପରେ ଅଭିଯୁକ୍ତ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡା ଉପ-କାରାଗାରକୁ ନିଆଯାଇଥିଲା। ଏହା ପୂର୍ବରୁ ଗୋପାଳର ସୁରକ୍ଷା ଓ ନିରାପତ୍ତା ନେଇ ଜେଲ ବିଭାଗ ଆଶଙ୍କା ବ୍ୟକ୍ତ କରି ଝାରସୁଗୁଡାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଇଥିଲେ। ଆଜି କୋର୍ଟ ଅନୁମତି ଦେବା ପରେ ଚୌଦ୍ୱାର ଜେଲକୁ ପଠାଯାଉଛି। ଅପରାହ୍ନ ୧ ଟାରେ କଡା ସୁରକ୍ଷା ମଧ୍ୟରେ କଟକ ନିଆଯାଉଛି। ସନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ପହଞ୍ଚିବ ବୋଲି ସୂଚନା ମିଳିଛି।




