ସିଲ ହେଲା ମୁଣ୍ଡଳୀ ଟୋଲ ଗେଟ,୪ କର୍ମଚାରୀ ଗିରଫ
କଟକ : ମହଙ୍ଗା ପଡିଲା ଟୋଲ ଗେଟ କର୍ମଚାରୀଙ୍କ ଦାଦାଗିରି I ଛତିଶଗଡ଼ ପର୍ଯ୍ୟଟକଙ୍କୁ ମାଡ଼ମାରିବା ଘଟଣାରେ ମୁଣ୍ଡଳୀ ଟୋଲ ଗେଟର ୪କର୍ମଚାରୀ ଗିରଫ I ଏହି ୪ କର୍ମଚାରୀଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ I ଏମାନଙ୍କ ବିରୋଧରେ ୧୪୭,୧୪୮,୩୪୧,୩୮୪,୩୨୩,୩୨୪,୩୨୫,୩୦୭,୪୨୭,୫୦୬,୩୫୪,୧୪୯ ଭଳି ସଙ୍ଗୀନ ଦଫା ଲାଗିଛି I ଏହା ସହିତ ଅନିର୍ଦିଷ୍ଟ କାଳ ପାଇଁ ଟୋଲ ଗେଟକୁ ସିଲ କରାଯାଇଛି I ଆଜି ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣାସ୍ଥଳକୁ ଯାଇ ଟୋଲ୍ ଗେଟକୁ ସିଲ୍ କରିଛନ୍ତି […]
କଟକ : ମହଙ୍ଗା ପଡିଲା ଟୋଲ ଗେଟ କର୍ମଚାରୀଙ୍କ ଦାଦାଗିରି I ଛତିଶଗଡ଼ ପର୍ଯ୍ୟଟକଙ୍କୁ ମାଡ଼ମାରିବା ଘଟଣାରେ ମୁଣ୍ଡଳୀ ଟୋଲ ଗେଟର ୪କର୍ମଚାରୀ ଗିରଫ I ଏହି ୪ କର୍ମଚାରୀଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ I ଏମାନଙ୍କ ବିରୋଧରେ ୧୪୭,୧୪୮,୩୪୧,୩୮୪,୩୨୩,୩୨୪,୩୨୫,୩୦୭,୪୨୭,୫୦୬,୩୫୪,୧୪୯ ଭଳି ସଙ୍ଗୀନ ଦଫା ଲାଗିଛି I ଏହା ସହିତ ଅନିର୍ଦିଷ୍ଟ କାଳ ପାଇଁ ଟୋଲ ଗେଟକୁ ସିଲ କରାଯାଇଛି I ଆଜି ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣାସ୍ଥଳକୁ ଯାଇ ଟୋଲ୍ ଗେଟକୁ ସିଲ୍ କରିଛନ୍ତି ।
ସୂଚନାନୁସାରେ,ଗତ ୨ ଦିନ ପୂର୍ବରୁ ଟୋଲ୍ ଆଦାୟକୁ ନେଇ ଆଠଗଡ଼ ମୁଣ୍ଡଳି ଟୋଲ୍ ଗେଟ୍ରେ ଗଣ୍ଡଗୋଳ ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଟୋଲ ଗେଟ୍ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ । ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ । ଟୋଲ୍ ଗେଟ୍ କର୍ମଚାରୀ ଛତିଶଗଡ଼ରୁ ଆସିଥିବା ଦୁଇଟି ତୀର୍ଥଯାତ୍ରୀ ବସକୁ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଗତ ୧୭ ଦିନ ଧରି ତୀର୍ଥ ଯାତ୍ରାରେ ବାହାରିଥିବା ଛତିଶଗଡ଼ର ଦୁଇଟି ବସ୍ ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକଙ୍କୁ ନେଇ ଛତିଶଗଡ଼ ଫେରୁଥିଲେ । ମଙ୍ଗଳବାର ଅପରାହ୍ଣରେ ମୁଣ୍ଡଳି ଟୋଲ୍ ଗେଟରେ ପହଞ୍ଚିଥିଲା I ଏହି ସମୟରେ ଗେଟ କର୍ମଚାରୀମାନେ ବସ ପିଛା ୫୦୦ ଟଙ୍କା ଟୋଲ ଆଦାୟ କରୁଥିଲେ I କିନ୍ତୁ ଏହା ଧାର୍ଯ୍ୟ ଟୋଲ ଠାରୁ ଢେର ଅଧିକ ଥିବାରୁ ବସ ଡ୍ରାଇଭର ଓ ଟୋଲ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା I କ୍ରମେ ଏହା ଉଗ୍ର ରୂପ ନେଇ ଉଭୟ ପକ୍ଷ ହାତାହାତି ହୋଇଥିଲେ I ଏହି ସମୟରେ ଗେଟ କର୍ମଚାରୀ ମାନେ ବଡ଼ ବଡ଼ ଠେଙ୍ଗା ଆଣି ବସ ୨ ଟିକୁ ବାଡେଇବା ସହିତ ତୀର୍ଥଯାତ୍ରୀଙ୍କୁ ଠେଙ୍ଗାରେ ଗୋଡାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।




