ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ, ସାଂସଦ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର : ବାଲେଶ୍ୱର ନୀଳଗିରି ଅଞ୍ଚଳରେ ବଢୁଛି ଚୋରା ମଦ ବ୍ୟବସାୟ l ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ ପ୍ରତାପ ଷଡଙ୍ଗୀ l କାନ ଧରି ବସ ଉଠ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ । ସୂଚନାନୁଯାୟୀ, ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି l ଗୋପୀନାଥପୁର ଷ୍ଟେସନ ଏବେ ଚୋରା ବେପାରୀଙ୍କ ଆଡ୍ଡା ପାଲଟିଛି । ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ସହ ଜୁଆ ଖେଳ ହେଉଛି […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ୱର ନୀଳଗିରି ଅଞ୍ଚଳରେ ବଢୁଛି ଚୋରା ମଦ ବ୍ୟବସାୟ l ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ ପ୍ରତାପ ଷଡଙ୍ଗୀ l କାନ ଧରି ବସ ଉଠ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ ।
ସୂଚନାନୁଯାୟୀ, ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି l ଗୋପୀନାଥପୁର ଷ୍ଟେସନ ଏବେ ଚୋରା ବେପାରୀଙ୍କ ଆଡ୍ଡା ପାଲଟିଛି । ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ସହ ଜୁଆ ଖେଳ ହେଉଛି । ଏହି ଖବର ବାଲେଶ୍ଵର ସାଂସଦଙ୍କ କାନରେ ପଡିଥିଲା । ନିଜସ୍ୱ ଗ୍ରାମରେ ଏପରି ହେଉଥିବାର ଶୁଣି ଗତକାଲି ରାତିରେ ଫେରିବା ସମୟରେ ସେ ସେହି ଅଞ୍ଚଳକୁ ଯାଇଥିଲେ l ସାଂସଦଙ୍କୁ ଦେଖି ମଦ ବେପାରୀ ଓ ପେଉଥିବା ଗ୍ରାହକ ମାନେ ଦୌଡ଼ି ପଳାଇ ଯାଇଥିଲେ l ମାତ୍ର କିଛି ଲୋକ ଧୋରା ପଡ଼ିଥିଲେ l ସାଂସଦ ସେମାଙ୍କୁ ଏପରି କାର୍ଯ୍ୟ ନକରିବା ପାଇଁ ତାଗିଦ କରିବା ସହ କାନ ଧରି ବସ ଉଠ କରିଥିଲେ l ପରେ ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଂଚିଛି l

Tags: