ପୁଅ କୁ ମାରି ମା’ର ଆତ୍ମହତ୍ୟା ଘଟଣା, ମହିଳାଙ୍କ ସ୍ୱାମୀ ଗିରଫ

କଟକ: ଗତକାଲି ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ୩ ବର୍ଷ ପୁଅର ତଣ୍ଟି କାଟି ମା’ କରିଥିଲା ଆତ୍ମହତ୍ୟା I ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୃତ ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି । ଶିଳ୍ପୀଙ୍କ ପରିବାରର ଅଭିଯୋଗ କ୍ରମେ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି […]

Samaya Live Picture
Published On

କଟକ: ଗତକାଲି ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ୩ ବର୍ଷ ପୁଅର ତଣ୍ଟି କାଟି ମା’ କରିଥିଲା ଆତ୍ମହତ୍ୟା I ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୃତ ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି । ଶିଳ୍ପୀଙ୍କ ପରିବାରର ଅଭିଯୋଗ କ୍ରମେ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ସନ୍ତୋଷଙ୍କ ବାପାମା’ଙ୍କ ନାମରେ ବି ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ସେମାନଙ୍କୁ ବି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ସୂଚନାନୁସାରେ ଗତକାଲି କଟକ ଶ୍ରୀରାମ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିଲା । ପାରିବାରିକ କଲହରେ ଅତିଷ୍ଠ ହୋଇ ଜଣେ ମା’ନେଇଥିଲେ ଚରମ ନିଷ୍ପତି I ନିଜ ୩ ବର୍ଷର ପୁଅର ବେକ କାଟିବା ସହିତ ନିଜେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ I ଦୀର୍ଘ ସମୟ ଧରି ଘରର ଦୁଆର ନ ଖୋଲିବାରୁ ,ପଡୋଶୀ ଲୋକେ ମଧୁପାଟଣା ଥାନାକୁ ଖବର ଦେଇଥିଲେ I ପୋଲିସ ଆସି କବାଟ ଭାଙ୍ଗିବା ପରେ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୩ ବର୍ଷ ପୁଅ ବେକରେ ଗଭୀର କ୍ଷତ ରହିଥିଲା। ତେବେ ମୃତ୍ୟୁ ପୂର୍ବରୁ ଶିଳ୍ପୀ ତାଙ୍କ ବଡ଼ ଭଉଣୀଙ୍କୁ ହୁଆଟ୍ସ ଆପ ରେ ଚାଟ କରି ନିଜର କଷ୍ଟ ବଖାଣିଥିଲେ I ଏହି ଆଧାରରେ ତଦନ୍ତ କରି ମଧୁପାଟଣା ପୋଲିସ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ କୁ ଗିରଫ କରିଛି I

ଘଟନାନୁସାରେ ସନ୍ତୋଷ ଓ ଶିଳ୍ପୀ ଉଭୟଙ୍କର ଏହା ୨ୟ ବିବାହ ଥିଲା I ସନ୍ତୋଷଙ୍କ ପ୍ରଥମ ପତ୍ନୀ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇ ଆଖି ବୁଝିଥିଲେ I ଏହାପରେ ସନ୍ତୋଷ ଶିଳ୍ପୀଙ୍କୁ ୨ୟ ବିବାହ କରିଥିଲେ I ଶିଳ୍ପୀ ପିଲାଟିକୁ ଅତ୍ୟନ୍ତ ଭଲପାଉଥିଲେ କିନ୍ତୁ ଶାଶୂ ଘର ଲୋକେ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ଏପରିକି ତା’ପୁଅକୁ ଛଡ଼ାଇ ନେବାକୁ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକେ ଧମକ ଦେଉଥିଲେ। ତେଣୁ ସେ ଯେଉଁଠି ରହିବ, ତା’ ପୁଅ ବି ସେଇଠି ରହିବ ବୋଲି କହୁଥିବା ଶିଳ୍ପୀ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ବାପାମା’ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି।

Tags: