ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା କଲା ମା’

ଆଳି : ମାନବିକତାର ଶେଷ ସୀମା ଟପି ଯାଇଛି ଜଣେ ପିଶାଚୀ ମା’ I ପଶୁ ଟିଏ ବି ନିଜ ସନ୍ତାନକୁ ରକ୍ଷା କରିବାକୁ ଯାଇ ମଣିଷ ସହିତ ଲଢ଼ି ପାରେ I ଆମେ ପ୍ରାୟ ଦେଖିଥାଉ ପଶୁଟିଏ ବି ନିଜ ସନ୍ତାନଟିର ଦେହ ଖରାପ ହେଉ କିମ୍ବା ମୃତ୍ୟୁ ମୁଖରେ ପଡିଥାଉ ତା’ ପାଖରେ ବସି ଲୁହ ଗଡ଼ାଉଥାଏ I କିନ୍ତୁ ଇଏ ଜଣେ ସଭ୍ୟ ସମାଜର ମା’ହୋଇ କିପରି ନିଜ ଦେଢ଼ ମାସର ଶିଶୁକନ୍ୟାକୁ […]

Samaya Live Picture
Published On

ଆଳି : ମାନବିକତାର ଶେଷ ସୀମା ଟପି ଯାଇଛି ଜଣେ ପିଶାଚୀ ମା’ I ପଶୁ ଟିଏ ବି ନିଜ ସନ୍ତାନକୁ ରକ୍ଷା କରିବାକୁ ଯାଇ ମଣିଷ ସହିତ ଲଢ଼ି ପାରେ I ଆମେ ପ୍ରାୟ ଦେଖିଥାଉ ପଶୁଟିଏ ବି ନିଜ ସନ୍ତାନଟିର ଦେହ ଖରାପ ହେଉ କିମ୍ବା ମୃତ୍ୟୁ ମୁଖରେ ପଡିଥାଉ ତା’ ପାଖରେ ବସି ଲୁହ ଗଡ଼ାଉଥାଏ I କିନ୍ତୁ ଇଏ ଜଣେ ସଭ୍ୟ ସମାଜର ମା’ହୋଇ କିପରି ନିଜ ଦେଢ଼ ମାସର ଶିଶୁକନ୍ୟାକୁ ହତ୍ୟା କରି ପାରିଲା ?? ମାଆ ନାମରେ ଲାଗିଛି କଳଙ୍କ । ଜଣେ ମା’ ନିଜର ଶିଶୁକୁ ଯେ ହତ୍ୟା କରି ପରେ ଏହା ଅକଳ୍ପନିୟ। ଏହି ଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପଦନିପାଳ ଗ୍ରାମ ମହାନ୍ତି ସାହିରେ। ମହାନ୍ତି ସାହିର ଜଣେ ବୋହୁ ରଶ୍ମିତା ମହାନ୍ତି ନିଜ ଦେଢ଼ ମାସର ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ,ତାଙ୍କ ଶାଶୁ ତଥା ଶିଶୁକନ୍ୟାର ଜେଜେମା’ ବାସନ୍ତୀ ମହାନ୍ତି ଆଳି ଥାନାରେ ଅଭିଯୋଗ କରିଛନ୍ତି I

ଜେଜେ ମା’ ବାସନ୍ତୀ ମହାନ୍ତି ଆଳି ଥାନାରେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ପୁଅ ଅମିୟ ଦିଲ୍ଲୀ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି I ଘରେ ଶାଶୁ ଶ୍ୱଶୁର ଓ ୨ ପିଲାଙ୍କୁ ନେଇ ରହନ୍ତି ବୋହୁ ରଶ୍ମିତା ଇ ତେବେ ବୋହୁ ରଶ୍ମିତା ଅନେକ ସମୟରେ ହିଂସ୍ର ଆଚରଣ କରି ପିଲାମାନଙ୍କ ସହିତ,ସ୍ୱାମୀଙ୍କ ସହିତ ଝଗଡା କରିବା ସହିତ ମରା ଧରା କରନ୍ତି I ସେହିପରି ଗତକାଲି ରାତିରେ ତାଙ୍କ ବୋହୂ ରଶ୍ମିତା ନିଜର ୩ ବର୍ଷର ଶିଶୁ ପୁତ୍ର ଆୟୂଷ ଓ ଦେଢ଼ ମାସ ର ଶିଶୁ କନ୍ୟା ତ୍ରିସାଖା କୁ ସାଙ୍ଗରେ ଧରି ଶୋଇ ଥିଲେ। ସକାଳୁ ଉଠି ଶିଶୁ କନ୍ୟା ନାକରୁ ରକ୍ତ ବାହାରି ଥିବା ଦେଖିବାକୁ ମିଳିଥିଲା।

ଶିଶୁ ଟି ହଲ ଚଲ ହେଉ ନଥିବାରୁ ଜେଜେ ରବିନ୍ଦ୍ର ଓ ଜେଜେ ମା’ ବାସନ୍ତୀ ତୁରନ୍ତ ତାକୁ କଣ୍ଡିଆ ହସପିଟାଲକୁ ନେଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମା’ ରଶ୍ମିତା ପୂର୍ବରୁ ବିଭିନ୍ନ ଘଟଣା ରେ ହିଂସ୍ର ଆଚରଣ ପ୍ରଦର୍ଶନ କରୁଥିବା ରୁ ସେ ମାରି ଦେଇଥିବା ସନ୍ଦେହ କରି ବାସନ୍ତୀ ଆଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବ ଜବତ କରିବା ଶହ ବୋହୂ ରଶ୍ମିତା କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Tags: