୬ ମାସ ପୁଅର ତଣ୍ଟିକାଟି ହତ୍ୟାକଲା ପିଶାଚିନୀ ମା’

ବଲାଙ୍ଗୀର : ୬ ମାସ ପୁଅର ତଣ୍ଟି କାଟିଦେଲା ପିଶାଚିନୀ ମା’I ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ I ଅଭିଯୁକ୍ତ ମା’ହେଲେ ମୀନା ନାଗ I ଏହାପରେ ପରିବାରଲୋକେ ଶିଶୁକୁ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି। ଆଜି ସକାଳେ ମାଆ ମୀନା ନାଗ ପୁଅ ଶୋଇଥିବାବେଳେ ପିଲାର ତଣ୍ଟି କାଟିଦେଇ […]

Samaya Live Picture
Published On

ବଲାଙ୍ଗୀର : ୬ ମାସ ପୁଅର ତଣ୍ଟି କାଟିଦେଲା ପିଶାଚିନୀ ମା’I ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ I ଅଭିଯୁକ୍ତ ମା’ହେଲେ ମୀନା ନାଗ I ଏହାପରେ ପରିବାରଲୋକେ ଶିଶୁକୁ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି।

ଆଜି ସକାଳେ ମାଆ ମୀନା ନାଗ ପୁଅ ଶୋଇଥିବାବେଳେ ପିଲାର ତଣ୍ଟି କାଟିଦେଇ କେଉଁଆଡେ ପଳାଇଯାଇଥିଲେ I କାହିଁକି ଶିଶୁର ତଣ୍ଟି କାଟିଲା କାରଣ ଅସ୍ପଷ୍ଟ ରହିଥିବାବେଳେ,ମୀନାର ମାନସିକ ବିକୃତି ଥିବା ପରିବାରଲୋକେ ସୂଚନା ଦେଇଛନ୍ତି I ପୂର୍ବରୁ ତାଙ୍କର ଚିକିତ୍ସା ଚାଲିଆସୁଛି I ଘଟଣାସ୍ଥରେ ପୁଇଁତଲା ଥାନା ପୁଲିସ ପହଁଚି ଛାନଭିନ୍‌ କରୁଛି। ମୀନାଙ୍କର ପୂର୍ବରୁ ୨ ଝିଅ ଥିବା ଜଣା ପଡିଛି I

Tags: