ଟ୍ରଲର ଧକ୍କାରେ ମା ମୃତ ପୁଅ ଗୁରୁତର
ସୁନ୍ଦରଗଡ଼ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରଲର ଧକ୍କାରେ ମା ମୃତ ପୁଅ ଗୁରୁତର । ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକରେ ଘଟିଛି ଦୁର୍ଘଟଣା। ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ଡିଲେଶ୍ୱରୀ ଦାସ। ତାଙ୍କୁ ପୁଅକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ସୂଚନାନୁସାରେ,ଦିଲେଶ୍ଵରୀଙ୍କ ଭାଇଙ୍କର ରାଉରକେଲାର […]
ସୁନ୍ଦରଗଡ଼ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରଲର ଧକ୍କାରେ ମା ମୃତ ପୁଅ ଗୁରୁତର । ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକରେ ଘଟିଛି ଦୁର୍ଘଟଣା। ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ଡିଲେଶ୍ୱରୀ ଦାସ। ତାଙ୍କୁ ପୁଅକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି ।
ସୂଚନାନୁସାରେ,ଦିଲେଶ୍ଵରୀଙ୍କ ଭାଇଙ୍କର ରାଉରକେଲାର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦିଲେଶ୍ଵରୀ ଓ ତାଙ୍କ ପୁଅ ଭାଇକୁ ଦେଖି ରାଉରକେଲାରୁ ବାଇକରେ ଫେରୁଥିବାବେଳେ କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ପରେ ସ୍ତାନୀୟ ଲୋକେ ରାସ୍ତାକୁ ଅବରୋଧ କରିଛନ୍ତି। କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି। ଦୁର୍ଘଟଣା ଘଟାଇ ଥିବା ଟ୍ରଲରକୁ ବଡ଼ଗାଁ ଥାନାରେ ଅଟକ ରଖାଯାଇଛି।




