୩ ବର୍ଷ ପୁଅର ତଣ୍ଟିକାଟି ହତ୍ୟା ପରେ ଆତ୍ମହତ୍ୟା କଲା ମାଆ

କଟକ : କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଘଟି ଯାଇଛି ଅଭାବନୀୟ ଘଟଣା । ୩ ବର୍ଷ ପୁଅକୁ ହତ୍ୟା କରିବା ପରେ ଝୁଲି ପଡିଛି ମା’ I ଘଟଣା ସମ୍ପର୍କରେ ସୂଚନା ପାଇ ମଧୁପାଟଣାଥାନା ପୋଲିସ ପହଂଚି ତଦନ୍ତ ଚଳାଇଛି I ସୂଚନାନୁସାରେ,ମୃତ ମହିଳାଙ୍କ ସ୍ୱାମୀ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି I କଟକ ଶ୍ରୀରାମ ନଗର ବସ୍ତିରେ ମହିଳା ଜଣକ ତାଙ୍କ ୩ ବର୍ଷର ପୁଅକୁ ନେଇ ରହୁଥିଲେ I ହେଲେ […]

Samaya Live Picture
Published On

କଟକ : କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଘଟି ଯାଇଛି ଅଭାବନୀୟ ଘଟଣା । ୩ ବର୍ଷ ପୁଅକୁ ହତ୍ୟା କରିବା ପରେ ଝୁଲି ପଡିଛି ମା’ I ଘଟଣା ସମ୍ପର୍କରେ ସୂଚନା ପାଇ ମଧୁପାଟଣାଥାନା ପୋଲିସ ପହଂଚି ତଦନ୍ତ ଚଳାଇଛି I

ସୂଚନାନୁସାରେ,ମୃତ ମହିଳାଙ୍କ ସ୍ୱାମୀ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି I କଟକ ଶ୍ରୀରାମ ନଗର ବସ୍ତିରେ ମହିଳା ଜଣକ ତାଙ୍କ ୩ ବର୍ଷର ପୁଅକୁ ନେଇ ରହୁଥିଲେ I ହେଲେ ଆଜି ସକାଳେ ମହିଳାଜଣକ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ବାଡ଼େଇବାରୁ କେହି ନ ଖୋଲିବାରୁ ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ କବାଟ ଖୋଲି ଭିତରକୁ ଯିବାରୁ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ପାଇଥିଲା। ଖଟ ଉପରେ ପିଲାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତା’ର ତଣ୍ଟି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ଘରେ ହିଁ ମହିଳାଜଣକ ଝୁଲୁଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଭୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ ମହିଳାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଂଜିନିୟର ହୋଇଥିବାବେଳେ,ପିଲାଟି ତାଙ୍କ ପ୍ରଥମ ସ୍ତ୍ରୀଙ୍କର ବୋଲି ଜଣା ପଡିଛି I କିନ୍ତୁ ଘଟଣା ସମ୍ପର୍କରେ ପ୍ରକୃତ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ I

Tags: