ମା’ପୁଅ ମିଶି ବାପାଙ୍କୁ କଲେ ହତ୍ୟା
ଭଦ୍ରକ : ପାରିବାରିକ କଳହର ଉଗ୍ର ରୂପ I ମା’ପୁଅ ମିଶି ଛୁରୀ ଭୁସି ବାପାଙ୍କୁ ହତ୍ୟା କରିଛନ୍ତି I ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ I ମୃତକଙ୍କ ନାଁ ସୁରେଶ ଲାଲ I ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର […]
ଭଦ୍ରକ : ପାରିବାରିକ କଳହର ଉଗ୍ର ରୂପ I ମା’ପୁଅ ମିଶି ଛୁରୀ ଭୁସି ବାପାଙ୍କୁ ହତ୍ୟା କରିଛନ୍ତି I ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ I ମୃତକଙ୍କ ନାଁ ସୁରେଶ ଲାଲ I ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର ସଞ୍ଜୁଲତାଙ୍କୁ ବାହା ହୋଇ ଘରଜ୍ବାଇଁ ଭାବେ ସେଠାରେ ରହୁଥିଲା। ସ୍ତ୍ରୀ ସଞ୍ଜୁଲତା ଦିଲ୍ଲୀ ରହି କାମ କରୁଥିଲେ । ଗତ ସପ୍ତାହେ ହେଲା ଗାଁକୁ ଆସିଥିଲେ । କାମ କରିବାକୁ ଆଉ ଦିଲ୍ଲୀକୁ ନଯିବାକୁ କହିଥିଲେ ସ୍ୱାମୀ ସୁରେଶ । ଗତକାଲି ରାତିରେ କଳହ ତୀବ୍ର ରୂପ ନେଇଥିଲା। ସ୍ତ୍ରୀ ସଞ୍ଜୁଲତା ସ୍ୱାମୀ ସୁରେଶକୁ ଛୁରିରେ ଭୁସି ଦେଇଥିଲା। ଏଥିରେ ତାକୁ ନାବାଳକ ପୁଅ ସହଯୋଗ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ସୁରେଶର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗ୍ରାମବାସୀ ଉଭୟ ମା’ଓ ପୁଅଙ୍କୁ ଗଛରେ ବାନ୍ଧି ରଖି ମାଡ଼ ମାରି ପୋଲିସ କୁ ଖବର ଦେଇଥିଲେ I ଘଟଣାସ୍ଥଳରେ ପୋଲିସ ପଂହଁଚି ସ୍ତ୍ରୀ ଓ ପୁଅକୁ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।




