ବିଦ୍ୟୁତ ଆଘାତରେ ମା’ପୁଅଙ୍କ ମୃତ୍ୟୁ,ଅଜା ଗୁରୁତର
ଖଲ୍ଲିକୋଟ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ । ଏହି ଅଘଟଣରେ ଅଜା ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ I ମୃତକ ମାନେ ହେଲେ ନିବାସୀ ପାହାନ (୫୦) ଓ ତାଙ୍କର ପୁଅ ଜିତେନ୍ଦ୍ର ପାହାନ (୨୩)। ସୂଚନା ଅନୁସାରେ ଖଲ୍ଲିକୋଟ ଅଧୀନ ଲୋଙ୍ଘର ନିବାସୀ ପାହାନଙ୍କ ସହିତ ତାଙ୍କ ପୁଅ ଜିତେନ୍ଦ୍ର ଆଜି ଅପରାହ୍ଣ ସମୟରେ ଘରେ କାମ କରୁଥିଲେ। କୌଣସି କାରଣରୁ ଉଭୟ […]
ଖଲ୍ଲିକୋଟ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ । ଏହି ଅଘଟଣରେ ଅଜା ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ I ମୃତକ ମାନେ ହେଲେ ନିବାସୀ ପାହାନ (୫୦) ଓ ତାଙ୍କର ପୁଅ ଜିତେନ୍ଦ୍ର ପାହାନ (୨୩)।
ସୂଚନା ଅନୁସାରେ ଖଲ୍ଲିକୋଟ ଅଧୀନ ଲୋଙ୍ଘର ନିବାସୀ ପାହାନଙ୍କ ସହିତ ତାଙ୍କ ପୁଅ ଜିତେନ୍ଦ୍ର ଆଜି ଅପରାହ୍ଣ ସମୟରେ ଘରେ କାମ କରୁଥିଲେ। କୌଣସି କାରଣରୁ ଉଭୟ ମା’ ଓ ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହା ଦେଖି ପାଖରେ ବସିଥିବା ନିବାସୀଙ୍କ ବାପା ଝିଅ ଓ ନାତିଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଅଜାଙ୍କ ଚିକିତ୍ସା ଜାରି ଥିବା ବେଳେ ମା’ ଓ ପୁଅଙ୍କ ମୃତଦେହ ପୁଲିସ ଜବତ କରିଛି। ଏହି ଘଟଣାକୁ ନେଇ ଲୋଙ୍ଘର ଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଯାଇଛି।




