ଭୁବନେଶ୍ୱର ବିମାନ ବନ୍ଦରରୁ ୩ କେଜି ରୁ ଉର୍ଦ୍ଧ୍ବ ଚୋରା ସୁନା ଜବତ,୪ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୩ କେଜିରୁ ଅଧିକ ଚୋରା ସୁନା । ଯାହାର ହାରାହାରି ଜଣ ୩.୭୭ କେଜି ହେବ ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି । ଏଥିସହ ସୁନା ସହ ଧରାପଡ଼ିଥିବା ୪ ଯାତ୍ରୀଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୩ କେଜିରୁ ଅଧିକ ଚୋରା ସୁନା । ଯାହାର ହାରାହାରି ଜଣ ୩.୭୭ କେଜି ହେବ ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି । ଏଥିସହ ସୁନା ସହ ଧରାପଡ଼ିଥିବା ୪ ଯାତ୍ରୀଙ୍କୁ କଷ୍ଟମ ଆକ୍ଟ ୧୯୬୨ ଆଧାରରେ ଗିରଫ କରି ଅଧିକ ତଦନ୍ତ ଜାରି ରହିଛି I ଏମାନେ ମଳଦ୍ୱାରରେ ତରଳ ସୁନାକୁ କ୍ୟାପସୁଲ ମାଧ୍ୟମରେ ରଖି ଚାଲାଣ କରୁଥିବା ବେଳେ ଧାରା ପଡିଛନ୍ତି ।

ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଗତ ୬ ତାରିଖ ଦିନ ଦୁବାଇରୁ ୪ ଜଣ ଯାତ୍ରୀ ଭୁବନେଶ୍ୱର ଆସିଥିଲେ I ତେବେ ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରି ବିମାନବନ୍ଦରରେ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ଏହି ସମୟରେ ଜଣାପଡ଼ିଥିଲା ଯେ ଏହି ୪ ଜଣ ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ମଳଦ୍ଵାରରେ ଲୁଚାଇ ଦୁବାଇରୁ ଭୁବନେଶ୍ୱରକୁ ଆଣିଥିଲେ। ତଦନ୍ତ ବେଳେ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି। କ୍ୟାପସୁଲ ମଧ୍ୟରୁ ମୋଟ ୩.୭୭ କେଜିର ସୁନା ମିଳିଛି। ଏହାର ବଜାର ମୂଲ୍ୟ ୨.୭୯ କୋଟି ହେବ। ଏଥିସହ କଷ୍ଟମ ଆକ୍ଟ ୧୯୬୨ ଆଧାରରେ ୪ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

ସୂଚନାନୁସାରେ,କିଛିଦିନ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ପୁଳାପୁଳା ଟଙ୍କା ଜବତ ହୋଇଥିଲା । ନିର୍ବାଚନ ସମୟରେ ଜବତ ୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ କରାଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ଏତେ ପରିମାଣର ଟଙ୍କା ଥିବା ଜଣାପଡିଥିଲା। ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ଟଙ୍କାଙ୍କୁ ଜବତ କରିଥିଲା ଆୟକର ବିଭାଗ।

Tags: