ତଣ୍ଟିକାଟି ଟଙ୍କା ଲୁଟ
ଭୁବନେଶ୍ୱର : ଯୁବକଙ୍କ ତଣ୍ଟିକାଟି ଟଙ୍କା ଲୁଟ I ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡମଣା ଗାଁରେ I ଲୁଟେରାମାନେ ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟଣାଛନ୍ତି । ଶିବାନନ୍ଦ ବାରିକ ନାମକ ଜଣେ ଯୁବକ ଦୋକାନ ଯିବା ପାଇଁ ବାହାରିଥିବା ବେଳେ ଘର ଆଗରେ ତାଙ୍କ ତଣ୍ଟି କାଟିଦେଇଥିଲେ ଦୁର୍ବୁତ୍ତ । ଏହାପରେ ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗ ଲୁଟି ନେଇଥିଲେ I ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଘରୋଇ ହସ୍ପିଟାଲରେ […]
ଭୁବନେଶ୍ୱର : ଯୁବକଙ୍କ ତଣ୍ଟିକାଟି ଟଙ୍କା ଲୁଟ I ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡମଣା ଗାଁରେ I ଲୁଟେରାମାନେ ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟଣାଛନ୍ତି । ଶିବାନନ୍ଦ ବାରିକ ନାମକ ଜଣେ ଯୁବକ ଦୋକାନ ଯିବା ପାଇଁ ବାହାରିଥିବା ବେଳେ ଘର ଆଗରେ ତାଙ୍କ ତଣ୍ଟି କାଟିଦେଇଥିଲେ ଦୁର୍ବୁତ୍ତ । ଏହାପରେ ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗ ଲୁଟି ନେଇଥିଲେ I ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତକାଲି ରାତି ପ୍ରାୟ ୩ଟା ବେଳେ ଶିବାନନ୍ଦ ନିକଟସ୍ଥ ଛକରେ ଥିବା ତାଙ୍କ ଦୋକାନକୁ ଯିବାପାଇଁ ବାହାରୁଥିଲେ । ଏହି ସମୟରେ ଗେଟ୍ ପାଖରେ ଲୁଚିଥିବା ଲୁଟେରାଙ୍କ ହାବୁଡରେ ପଡିଯାଇଥିଲେ । ଲୁଟେରାମାନେ ଶିବାନନ୍ଦଙ୍କ ହାତରେ ଥିବା ୬ ହଜାର ଟଙ୍କା ଥିବା ବ୍ୟାଗକୁ ଟାଣି ନେଇଥିଲେ ।




