ବରଗଡ଼ ଧନୁ ଯାତ୍ରାରୁ ନିଖୋଜ ଯୁବତୀ ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର : ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ଉଦ୍ଧାର। ୪୮ ଘଣ୍ଟା ପରେ କ୍ଷତାକ୍ତ ଅବସ୍ଥାରେ କୁର୍ଲା ଜଙ୍ଗଲରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା। ଉଦ୍ଧାର ଯୁବତୀ ବର୍ତ୍ତମାନ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଯୁବତୀଙ୍କ ବୟାନ ରେକର୍ଡ ପାଇଁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ହସ୍ପିଟାଲରେ ପହଞ୍ଚିଛନ୍ତି। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ବରଗଡ଼ ପୋଲିସର ପଚରାଉଚରା ଜାରି ରଖିଛି । ୧୨ […]

Samaya Live Picture
Published On

ସମ୍ବଲପୁର : ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ଉଦ୍ଧାର। ୪୮ ଘଣ୍ଟା ପରେ କ୍ଷତାକ୍ତ ଅବସ୍ଥାରେ କୁର୍ଲା ଜଙ୍ଗଲରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା। ଉଦ୍ଧାର ଯୁବତୀ ବର୍ତ୍ତମାନ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଯୁବତୀଙ୍କ ବୟାନ ରେକର୍ଡ ପାଇଁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ହସ୍ପିଟାଲରେ ପହଞ୍ଚିଛନ୍ତି।

ଏହି ଘଟଣାରେ ଜଣଙ୍କୁ ଅଟକ ରଖି ବରଗଡ଼ ପୋଲିସର ପଚରାଉଚରା ଜାରି ରଖିଛି । ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ ଯୁବତୀ। ଯୁବତୀଙ୍କୁ ଚାରିଆଡେ ଖୋଜା ଖୋଜି କରାଯାଇଥିବର ବେଳେ କୁର୍ଲା ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରାଯାଇଛି। ୧୨ ତାରିଖ ରାତିରେ ଜଣେ ଯୁବକ ଯୁବତୀଙ୍କ ଫୋନରୁ ତାଙ୍କ ଘରକୁ କଲ କରିଥିଲେ। ଯୁବତୀ ଜଣଙ୍କ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାରକୁ କହିଥିଲେ। ତେଣୁ କଲ୍ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଗୁରୁତର ଯୁବତୀଙ୍କ ଭଉଣୀଙ୍କ ଦାବି କରିଛନ୍ତି । ଏହି ଘଟଣାରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇ ନଥିବା ସୂଚନା ମିଳିଛି ।

ସୂଚନାନୁସାରେ,ବାରାଡୋଲ ଗାଁର ଏହି ଯୁବତୀ ଜଣକ ଦୁଇ ଦିନ ପୂର୍ବରୁ ବରଗଡ଼ର ଧନୁ ଯାତ୍ରାରେ ଦେଖିବାକୁ ଯାଇଥିଲେ । କିନ୍ତୁ ସେ ଘରକୁ ଫେରି ନଥିଲେ, ଯାହା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ପୋଲିସରେ ନିଖୋଜ ମାମଲା ରୁଜୁ କରିଥିଲେ। ଯୁବତୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ଯୁବତୀଙ୍କ ପୁଋଷବନ୍ଧୁ ରାକେଶ ଦଣ୍ଡସେନାଙ୍କ ସହିତ ସେ ଧନୁ ଯାତ୍ରା ଦେଖିବାକୁ ଯାଇଥିଲେ । ଏହି ଘଟଣାପରେ ରାକେଶଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Tags: