ପାଇଖାନା ଟାଙ୍କିରୁ ଉଦ୍ଧର ହେଲା ନିଖୋଜ ନାବାଳକର ମୃତଦେହ

ପିପିଲି : ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ନିଖୋଜ ନାବାଳକଙ୍କ ମୃତଦେହ । ମୃତ ନାବାଳକ ହେଲେ ମାନସ ସାହୁଙ୍କ ୧୧ ବର୍ଷୀୟ ପୁଅ ଆଶୀର୍ବାଦ ସାହୁ । ପୂର୍ବ ଶତ୍ରୁତାରୁ ନିଜ ଦାଦା ପ୍ରଭାକର ସାହୁ ଆଶିର୍ବାଦଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଡେଲାଙ୍ଗ ରତ୍ନପୁର ଗ୍ରାମରେ । ହତ୍ୟା ଅଭିଯୋଗରେ ଦାଦା ପ୍ରଭାକର ସାହୁଙ୍କୁ ଅଟକ ରଖିଛି […]

ପାଇଖାନା ଟାଙ୍କିରୁ ଉଦ୍ଧର ହେଲା ନିଖୋଜ ନାବାଳକର ମୃତଦେହ
Samaya Live Picture
Published On

ପିପିଲି : ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ନିଖୋଜ ନାବାଳକଙ୍କ ମୃତଦେହ । ମୃତ ନାବାଳକ ହେଲେ ମାନସ ସାହୁଙ୍କ ୧୧ ବର୍ଷୀୟ ପୁଅ ଆଶୀର୍ବାଦ ସାହୁ । ପୂର୍ବ ଶତ୍ରୁତାରୁ ନିଜ ଦାଦା ପ୍ରଭାକର ସାହୁ ଆଶିର୍ବାଦଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଡେଲାଙ୍ଗ ରତ୍ନପୁର ଗ୍ରାମରେ । ହତ୍ୟା ଅଭିଯୋଗରେ ଦାଦା ପ୍ରଭାକର ସାହୁଙ୍କୁ ଅଟକ ରଖିଛି ପୋଲିସ ।

ଘଟଣା ଅନୁସାରେ,ଗତ ୧୫ ତାରିଖ ସନ୍ଧ୍ୟାରେ ଘର ଅଗଣାରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ ମାନସ ସାହୁଙ୍କ ଏକମାତ୍ର ପୁଅ ଆଶୀର୍ବାଦ । ଏନେଇ ପରିବାର ଲୋକ ଡେଲାଙ୍ଗ ଫାଣ୍ଡିରେ ଏତଲା ଦେଇଥିଲେ । ପରିବାର ଲୋକଙ୍କ ସହିତ ଡେଲାଙ୍ଗ ଫାଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ପରେ ମଧ୍ୟ କିଛି ଖବର ମିଳି ନଥିଲା । ଗତକାଲି ଆଶୀର୍ବାଦର ପରିବାର ଓ ଗ୍ରାମବାସୀ ମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିବା ବେଳେ ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ପରେ ପୁରୀ ଅତିରିକ୍ତ ଏସ୍ପିଙ୍କ ଜରିଆରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ ।

ଅନ୍ୟପଟେ ଏହି ଘଟଣାରେ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ଛାନଭିନ ଚଳାଇଥିବା ବେଳେ,କୁକୁର ବାରମ୍ବାର ପ୍ରଭାକର ସାହୁଙ୍କ ଘରକୁ ଯିବାରୁ ସନ୍ଦେହରେ ପୋଲିସ ପ୍ରଭାକରଙ୍କୁ ଥାନାକୁ ଉଠାଇ ଆଣି ଜେରା କରିଥିଲା । ତେବେ ବାରମ୍ବାର ଜେରା କରିବା ପରେ ପ୍ରଭାକର ସବୁ ସତ ମାନିଯାଇଥିଲା । ଘର ପଛପଟେ ଏକ ପରିତ୍ୟକ୍ତ ସ୍ଥାନରେ ଥିବା ଏକ ପାଇଖାନା ଟାଙ୍କିରୁ ଆଶିର୍ଵାଦଙ୍କର ଅଧା ଶଢା ଉଲଗ୍ଣ ମୃତ ଶରୀର ଉଦ୍ଧାର କରାଯାଇଛି । ଘଟଣା ଜଣ। ପଡିବା ପରେ ଉତ୍ୟକ୍ତ ଗ୍ରାମବାସୀ ସମ୍ପୃକ୍ତ ଅଭିଯୁକ୍ତର ଘର ଭାଙ୍ଗି ଦେଇଛନ୍ତି । ଏହି ଘଟଣାର ପ୍ରକୃତ କାରଣ କଣ ଏବଂ ଏଠାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏନେଇ ତଦନ୍ତ କରୁଛି ଡେଲାଙ୍ଗ ପୋଲିସ ।

Tags: