ନିଖୋଜ ନାବାଳକ ର ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଭଞ୍ଜନଗର : ନିଖୋଜ ଛାତ୍ରଙ୍କ ଗଳିତ ମୃତଦେହ ଊଦ୍ଧାର । ଘରଠାରୁ ପ୍ରାୟ ତିନି କିମି ଦୂର ଏକ ବୁଦା ମୂଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅକୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଆସ୍କା ଗାଙ୍ଗପୁର ଥାନା ଖଣ୍ଡରା ବଳି ଗାଁରେ ଘଟିଛି । ଗଂଜାମ ଜିଲ୍ଲା ଗଙ୍ଗାପୁର ଥାନା ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳକର ମୃତଦେହ ଠାବ ହୋଇଛି । ମୃତକ […]
ଭଞ୍ଜନଗର : ନିଖୋଜ ଛାତ୍ରଙ୍କ ଗଳିତ ମୃତଦେହ ଊଦ୍ଧାର । ଘରଠାରୁ ପ୍ରାୟ ତିନି କିମି ଦୂର ଏକ ବୁଦା ମୂଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅକୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଆସ୍କା ଗାଙ୍ଗପୁର ଥାନା ଖଣ୍ଡରା ବଳି ଗାଁରେ ଘଟିଛି । ଗଂଜାମ ଜିଲ୍ଲା ଗଙ୍ଗାପୁର ଥାନା ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳକର ମୃତଦେହ ଠାବ ହୋଇଛି । ମୃତକ ହେଉଛନ୍ତି ନବମ ଶ୍ରେଣୀ ଛତ୍ର ଆମର ବିଷୋୟୀ ।୨ ଦିନ ପୂର୍ବରୁ ସେ ନିଖୋଜ ଥିଲେ ।
ସୂଚନାନୁସାରେ,ମୃତ ଛାତ୍ର ଜଣଙ୍କ ହେଲେ ବାବୁ ବିଷୋୟୀଙ୍କ ୧୪ ବର୍ଷର ପୁଅ ଅମର ବିଷୋୟୀ । ସେ ନିକଟସ୍ଥ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ । ଗତ ୨୮ ତାରିଖ ଦିନ ଟଙ୍କା ମା’ ଘରେ ନଥିବାବେଳେ ସେ ଅପରାହ୍ନରୁ ଘରୁ ନିଖୋଜ ହୋଇଯାଇଥିଲେ I ଏନେଇ ଗାଙ୍ଗପୁର ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ହୋଇଥିଲା l ଆଜି ସକାଳୁ ତାଙ୍କ ଗଳିତ ମୃତଦେହ ଖଣ୍ଡରାବଳୀ-ରାମନା ପଲ୍ଲୀ ରାସ୍ତା କଡ଼ରୁ ମିଳିଛି । ଗାଙ୍ଗପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ।




