ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ମିଳିଲା ପତ୍ତା,ରହସ୍ୟ ଉପରୁ ହଟିନି ପରଦା
କଟକ : ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ମିଳିଲା ପତ୍ତା । କଟକ ବଡମ୍ବାସ୍ଥିତ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଠାବ କରିଛି ପୋଲିସ । ଗଞ୍ଜାମ ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଛି । ଆନ୍ଧ୍ର ଆଡକୁ ଯିବା ସମୟରେ ପୋଲିସ ତାଙ୍କୁ ଠାବ କରିଛି । ସେ ଗତ ଗତ ୩ ଦିନ ଧରି ନିଖୋଜ ଥିଲେ I ତାପନଙ୍କୁ କିଏ ଅପହରଣ କରିଥିବା ନେଇ ତାଙ୍କ ସ୍ତ୍ରୀ ବୈଦେଶ୍ଵର ଥାନାରେ ଏତଲା […]
କଟକ : ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ମିଳିଲା ପତ୍ତା । କଟକ ବଡମ୍ବାସ୍ଥିତ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଠାବ କରିଛି ପୋଲିସ । ଗଞ୍ଜାମ ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଛି । ଆନ୍ଧ୍ର ଆଡକୁ ଯିବା ସମୟରେ ପୋଲିସ ତାଙ୍କୁ ଠାବ କରିଛି । ସେ ଗତ ଗତ ୩ ଦିନ ଧରି ନିଖୋଜ ଥିଲେ I ତାପନଙ୍କୁ କିଏ ଅପହରଣ କରିଥିବା ନେଇ ତାଙ୍କ ସ୍ତ୍ରୀ ବୈଦେଶ୍ଵର ଥାନାରେ ଏତଲା ଦେଇଥିଲେ I କିନ୍ତୁ ତାଙ୍କର ନିଖୋଜ ପଛର କାରଣ ଏବେବି ରହସ୍ୟ ଭିତରେ ରହିଛି।
ଘଟନାନୁସାରେ,ଗଂଜାମ ଜିଲ୍ଲା ବ୍ରହ୍ମପୁରର ତପନ କୁମାର ସାହୁ କଟକ ବଡମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ଭାବରେ ନିଯୁକ୍ତି ପାଇଛନ୍ତି I ସେ ଗତ ୪ ମାସ ପୂର୍ବରୁ ବିବାହ କରିଛନ୍ତି I ତେଣୁ ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ । ଗତ ଶନିବାର ମଧ୍ୟ ତପନ ଘରକୁ ଯାଇଥିଲେ । ରବିବାର ଦିନ ଘରୁ ଆସି ଶ୍ୱଶୁର ଘରକୁ ଯିବା ବାଟରେ ନିଖୋଜ ହୋଇ ଯାଇଥିଲେ I
ତପନ ସୋମବାର ସୁଦ୍ଧା ବ୍ୟାଙ୍କରେ ନପହଞ୍ଚିବାରୁ ସାଥୀ କର୍ମଚାରୀମାନେ ତପନଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ। ମାତ୍ର ତାଙ୍କ ମୋବାଇଲ୍ ବନ୍ଦ ଥିବା ଜଣାପଡ଼ିଥିଲା। ଏହା ପରେ କଳାପଥର କାନାଡ଼ା ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ ଏନେଇ ତପନଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡ଼ମ୍ୱା ପୁଲିସ୍ ଘଟଣାର ତଦନ୍ତ ଚଳାଇଥିଲା। ହେଲେ ତାଙ୍କର ପତ୍ତା ପାଉନଥିଲା। ଏହାପରେ ତପନଙ୍କ ମୋବାଇଲ୍ ଟ୍ରାକ କରିବାରୁ ସେ ଗଞ୍ଜାମରେ ଥିବା ଏବଂ ନଇଁ ବାଇକ ରେ ଆନ୍ଧ୍ରପ୍ରଦେଶ ଯାଉଥିବା ସମୟରେ ଗିରିଶୋଲା ଗେଟ ପାଖରୁ ଧରିଥିଲା ପୋଲିସ I
ସେଠାରୁ ତାଙ୍କୁ ଆଣି ଙ୍କୁ ଗୋଳନ୍ଥରା ଥାନାରେ ପଚରା ଉଚରା କରାଯାଉଛି। ଏ ସମ୍ପର୍କରେ ଖବର ପାଇ ତପନଙ୍କ ପରିବାର ଲୋକେ ଥାନାରେ ପହଞ୍ଚିଛନ୍ତି। ଅଧିକ ତଦନ୍ତ ପାଇଁ ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କୁ ବୈଦେଶ୍ଵର ଥାନାକୁ ଅଣାଯାଇଛି । ତେବେ ନିଖୋଜ ସମ୍ପର୍କରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ବ୍ୟାଙ୍କ ମ୍ୟାନେଜର I




