ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବରଗଡ଼ : ଜଙ୍ଗଲରୁ ଉଦ୍ଧାର ହେଲା ଫେରାର ନାବାଳିକାଙ୍କ ମୃତଦେହ । ଘରୁ ମୋବାଇଲ ଓ ୧୫ ହଜାର ତାଙ୍କ ନେଇ ନାବାଳିକା ଜଣକ ଫେରାର ହୋଇଯାଇଥିବା ନେଇ ଗତ ୨୦ ତାରିଖ ଦିନ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ହେଲେ ଗତକାଲି ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡରେ […]

Samaya Live Picture
Published On

ବରଗଡ଼ : ଜଙ୍ଗଲରୁ ଉଦ୍ଧାର ହେଲା ଫେରାର ନାବାଳିକାଙ୍କ ମୃତଦେହ । ଘରୁ ମୋବାଇଲ ଓ ୧୫ ହଜାର ତାଙ୍କ ନେଇ ନାବାଳିକା ଜଣକ ଫେରାର ହୋଇଯାଇଥିବା ନେଇ ଗତ ୨୦ ତାରିଖ ଦିନ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ହେଲେ ଗତକାଲି ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ସେ ଅତାବିରା ଥାନା ଅଂଚଳର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ସାଙ୍ଗରେ ଥିବା ଆଉ ଜଣେ ଯୁବକକୁ ଗିରଫ ପାଇଁ ତନାଘନା ଚଳାଇଛି ପୋଲିସ ।

ସୂଚନାନୁସାରେ,ଗତ ୧୮ ତାରିଖ ଡାଙ୍ଗ ନଦୀପଡ଼ା ଅଂଚଳର ନାବାଳିକା (୧୭) ଜଣକ ନିଜ ମୋବାଇଲ ଫୋନ୍‌ ଓ ଘରୁ ୧୫ ହଜାର ଟଙ୍କା ନେଇଫେରାର ହୋଇଯାଇଥିଲେ । ଏହାପରେ ୨୦ ତାରିଖ ଦିନ ବରଗଡ଼ ଟାଉନ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ ଇ ପୋଲିସ ତଦନ୍ତ ପରେ ଗତକାଲି ନାବାଳିକାଙ୍କ ମୃତ ଦେହ ରବିବାର ହୀରାକୁଦ ଜଳଭଣ୍ଡାର ରାଇଟ୍‌ ଡାଇକ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ତେବେ ଝିଅ କାହା ସାଙ୍ଗରେ ଯାଇଥିଲା? ଜଙ୍ଗଲକୁ କେମିତି ଗଲା ଓ ଝିଅକୁ କିଏ କ’ଣ ପାଇଁ ହତ୍ୟା କଲା ? ଯାହାକୁ ନେଇ ଉଠିଛି ପ୍ରଶ୍ନ । ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ।

 

 

 

Tags: