ବାପାର ଛୁରାମାଡ଼ରେ ନାବାଳକ ପୁଅ ମୃତ

ସୋର: ବାପା ମାଆଙ୍କ ଝଗଡାରେ ବଳି ପଡ଼ିଲା ପୁଅ । ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ । ନିଶାସକ୍ତ ଅବସ୍ଥାରେ ବାପା ଆସି ମା’କୁ ବାଡ଼ଉଥିବାବେଳେ,ମାଆକୁ ବଞ୍ଚାଇବାକୁ ଯାଇ ପୁଅର ଜୀବନ ଯାଇଛି। ନାବାଳକ ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା । ବାଲେଶ୍ବର ଜିଲ୍ଲା ସୋର ଖଇରା ଥାନା ନରମା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାନୁସାରେ,ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ […]

Samaya Live Picture
Published On

ସୋର: ବାପା ମାଆଙ୍କ ଝଗଡାରେ ବଳି ପଡ଼ିଲା ପୁଅ । ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ । ନିଶାସକ୍ତ ଅବସ୍ଥାରେ ବାପା ଆସି ମା’କୁ ବାଡ଼ଉଥିବାବେଳେ,ମାଆକୁ ବଞ୍ଚାଇବାକୁ ଯାଇ ପୁଅର ଜୀବନ ଯାଇଛି। ନାବାଳକ ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା । ବାଲେଶ୍ବର ଜିଲ୍ଲା ସୋର ଖଇରା ଥାନା ନରମା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନାନୁସାରେ,ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେବ ନରମା ଗାଁରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ବାପା ଯୋଗେନ୍ଦ୍ର ସିଂ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ସ୍ତ୍ରୀ ମୁନି ସିଂଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲା । ପାଟି ଶୁଣି ନାବାଳକ ପୁଅ ରାଜେଶ ଆସି ବାପା ମାଆଙ୍କ ଝଗଡ଼ା ହେଉଥିବା ଦେଖିଥିଲା । ଏହା ଦେଖି ପୁଅଟି ବାପାଙ୍କୁ ବିରୋଧ କରିଥିଲା । ଏଥିରେ ରାଗି ଯାଇ ବାପା ଯୋଗେନ୍ଦ୍ର ସିଂ ଏକ ଛୁରୀ ଆଣି ପୁଅ ଛାତିରେ ଭୁସି ଦେଇଥିଲା । ଯାହାଫଳରେ ରାଜେଶ ଗୁରୁତର ହୋଇପଡ଼ିଥିଲା ।

ପରିବାର ଲୋକେ ରାଜେଶକୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଅନୁପସ୍ଥିତି ଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହତ୍ୟାକାରୀ ବାପା ଯୋଗେନ୍ଦ୍ର ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଖଇରା ପୋଲିସ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

Tags: