ଗିରଫ ହେଲେ କୋଟିପତି ଜେଇ

ଅନୁଗୁଳ : ଭିଜିଲାନ୍ସ ହାତରେ ଗିରଫ ହେଲେ କୋଟିପତି ଜେଇ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାଲଲହଡା ବିଇଓ ଅଫିସର ଜେଇ ପ୍ରସନ୍ନ ପାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ। ପ୍ରସନ୍ନ ପାଣିଙ୍କ ଠାରୁ ୨୬ ଟି ପ୍ଲଟ,୬୪.୧୮ ଲକ୍ଷ ଟଙ୍କାର ଜମା ରାଶି, ଆନୁମାନିକ ୮୩୨ ଗ୍ରାମର ସୁନା ଅଳଙ୍କାର, ୩ .୩୩ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ। ଆଜି କୋଟିପତି ଜେଇଙ୍କୁ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ […]

Samaya Live Picture
Published On

ଅନୁଗୁଳ : ଭିଜିଲାନ୍ସ ହାତରେ ଗିରଫ ହେଲେ କୋଟିପତି ଜେଇ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାଲଲହଡା ବିଇଓ ଅଫିସର ଜେଇ ପ୍ରସନ୍ନ ପାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ। ପ୍ରସନ୍ନ ପାଣିଙ୍କ ଠାରୁ ୨୬ ଟି ପ୍ଲଟ,୬୪.୧୮ ଲକ୍ଷ ଟଙ୍କାର ଜମା ରାଶି, ଆନୁମାନିକ ୮୩୨ ଗ୍ରାମର ସୁନା ଅଳଙ୍କାର, ୩ .୩୩ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ। ଆଜି କୋଟିପତି ଜେଇଙ୍କୁ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଆଗରେ ହାଜର କରାହେବ।

ସୂଚନାନୁସାରେ,ଗତକାଲି ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୬ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ୧୧ଟି ଟିମ୍‌ରେ ଭାଗ ହୋଇ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ପାଲଲହଡ଼ାସ୍ଥିତ ବିଇଓ ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଜେଇ ଶ୍ରୀ ପ୍ରସନ୍ନ ପାଣିଙ୍କର ପାଳଲହଡାର ଉଦୟ ପୁରରେ ଥିବା ଭଡା ଘର ସମେତ ଭୁବନେଶ୍ବର ସୁନ୍ଦରପଦାରେ ତିନି ମହଲା କୋଠା ଘର, ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଏହାବାଦ୍‌ ଭୁବନେଶ୍ବର, କଟକ, ପିପିଲି, ନିମାପଡ଼ା, ଜଙ୍କିଆ ଓ ଜଟଣୀ ଅଞ୍ଚଳରେ ୨୬ ଟି ପ୍ଲଟ୍‌ର ସନ୍ଧାନ ମିଳିଥିଲା

Tags: