ଗିରଫ ହେଲେ କୋଟିପତି ସିଏସଓ
ସୋନପୁର : ଭିଜିଲାନ୍ସ ହାତରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ(ସିଏସଓ) ସୁରେଶ ପାଣିଗ୍ରାହୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ପାଇବା ପରେ ଗତକାଲି ସୁରେଶ ପାଣିଗ୍ରାହୀଙ୍କର ୧୧ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଭୁବନେଶ୍ଵରର ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ସୁରେଶଙ୍କର […]
ସୋନପୁର : ଭିଜିଲାନ୍ସ ହାତରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ(ସିଏସଓ) ସୁରେଶ ପାଣିଗ୍ରାହୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ପାଇବା ପରେ ଗତକାଲି ସୁରେଶ ପାଣିଗ୍ରାହୀଙ୍କର ୧୧ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଭୁବନେଶ୍ଵରର ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ସୁରେଶଙ୍କର ୨ଟି କୋଠା, ଗୋଟିଏ ଫାର୍ମ, ୧୯ଟି ପ୍ଲଟ ଠାବ ହୋଇଥିଲା । ଏହା ସହିତ ୧.୭୨ କୋଟିର ବ୍ୟାଙ୍କ ଜମା ଏବଂ ନଗଦ ୧.୪୯ ଲକ୍ଷ ଟଙ୍କା,ବ୍ୟାଙ୍କ ଲକର, କାର୍ ଓ ୨ଟି ଦାମୀ ବାଇକ୍ ସହ ୫୦୦ ଶାଗୁଆନ ଗଛ ଥିବା ୪ ଏକର ଜମି ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ।




