ଯବାନଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ ମାଡ଼
ମାଲକାନଗିରି: ସୁରକ୍ଷାବଳଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ ମାଡ଼। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲା କୋହକେମେଟାରୁ ଆସିଛି ଏଭଳି ସାଂଘାତିକ ଚିତ୍ର। ଶିବିର ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟର କରୁଥିବା ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଆକ୍ରମଣରେ ସୁରକ୍ଷାକର୍ମୀ କିମ୍ବା କ୍ୟାମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ,ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଛନ୍ତି I ମାଓବାଦୀମାନେ ଦେଶୀ ୟୁବିଜିଏଲ ଫାୟାର୍ କରୁଛନ୍ତି, ଠିକ୍ ସେତିକି ବେଳେ ଜଣେ ଯବାନ ଦୌଡ଼ି […]
ମାଲକାନଗିରି: ସୁରକ୍ଷାବଳଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ ମାଡ଼। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲା କୋହକେମେଟାରୁ ଆସିଛି ଏଭଳି ସାଂଘାତିକ ଚିତ୍ର। ଶିବିର ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟର କରୁଥିବା ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଆକ୍ରମଣରେ ସୁରକ୍ଷାକର୍ମୀ କିମ୍ବା କ୍ୟାମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ,ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଛନ୍ତି I
ମାଓବାଦୀମାନେ ଦେଶୀ ୟୁବିଜିଏଲ ଫାୟାର୍ କରୁଛନ୍ତି, ଠିକ୍ ସେତିକି ବେଳେ ଜଣେ ଯବାନ ଦୌଡ଼ି ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ମାଓବାଦୀଙ୍କ ଆକ୍ରମଣକୁ ପ୍ରତିହତ କରି ଲାଲବାହିନୀକୁ ଯବାନମାନେ ଘଉଡ଼ାଇବାରେ ସଫଳ ହୋଇଥିଲେ। ଗତ କିଛି ଦିନ ପୁର୍ବେ ଏଠାରେ ବିଏସ୍ଏଫ୍ ଯବାନଙ୍କ ନୁତନ ଶିବିର ସ୍ଥାପନ ହୋଇଥିଲା। ତେବେ ଏହି ଘଟଣା ପରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି I




