ବେଲଜିଅମରୁ ମେହୁଲ ଚୋକସୀ ଗିରଫ, ପିଏନବି ଘୋଟାଲାରେ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକସୀ ଗିରଫ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲା ମାମଲାରେ ଫେରାର ଥିବା ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତ ସରକାରଙ୍କ ଅପିଲ ପରେ ତାଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ତାଙ୍କ ନାଁରେ ୧୩ ହଜାର କୋଟି ଠକେଇ ମାମଲା ରହିଛି । ଖୁବ ଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି। ୧୩ ହଜାର କୋଟିର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ […]

ବେଲଜିଅମରୁ ମେହୁଲ ଚୋକସୀ ଗିରଫ, ପିଏନବି ଘୋଟାଲାରେ ମୁଖ୍ୟ ଅଭିଯୁକ୍ତ
Samaya Live Picture
Published On

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକସୀ ଗିରଫ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲା ମାମଲାରେ ଫେରାର ଥିବା ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତ ସରକାରଙ୍କ ଅପିଲ ପରେ ତାଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ତାଙ୍କ ନାଁରେ ୧୩ ହଜାର କୋଟି ଠକେଇ ମାମଲା ରହିଛି । ଖୁବ ଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି।

୧୩ ହଜାର କୋଟିର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ ଚୋକସୀଙ୍କ ସଂପୃକ୍ତି ରହିଛି । ଏହି ମାମଲାରେ ସେ ଭାରତର ୱାଣ୍ଟେଡ୍ ତାଲିକାରେ ରହିଥିଲେ । ଘୋଟାଲା ସାମ୍ନାକୁ ଆସିବା ପରେ ୨୦୧୮ରେ ଦେଶ ଛାଡ଼ି ପଳାଥିଲେ ମେହୁଲ ଚୋକସୀ । ମେହୁଲ ଚୋକସୀ ଗତ କିଛି ଦିନ ଧରି ଚିକିତ୍ସା ପାଇଁ ବେଲଜିୟମ୍ ଯାଇଥିବା ବେଳେ ତାକୁ ପୋଲିସ ଗିରଫ କରିଛି । ମେହୁଲକୁ ବେଲଜିୟମ୍ ପୋଲିସ ଦୁଇଟି ମାମଲାରେ ଗିରଫ କରିଛି ୨୦୨୩ ନଭେମ୍ବର ୧୫ ତାରିଖରେ ମେହୁଲ ଚୋକସୀ ନିଜର ବେଲଜିୟମ୍ ପତ୍ନୀ ଜରିଆରେ ନାଗରିକତା କାର୍ଡ ହାସଲ କରିଥିଲା । ୨୦୨୧ରେ ମେହୁଲ ଚୋକସୀ ଏଣ୍ଟିଗୁଆର ପଡୋଶୀ ଦେଶ ଡୋମିନିକାରେ ଗିରଫ ହୋଇ ଜେଲ୍ ରେ ୫୧ ଦିନ ରହିଥିଲା । ତାର ପ୍ରତ୍ୟାର୍ପଣ ପାଇଁ ସିବିଆଇ ଟିମ୍ ଡୋମିନିକା ପହଞ୍ଚିଥିଲା ।

ସୂଚନାନୁସାରେ,ମୁମ୍ବାଇରେ ପିଏନବିର ବ୍ରାଡି ହାଉସ ଶାଖାରେ ଠକେଇ କରିଥିବା ଅଭିଯୋଗରେ ୨୦୧୮ ମସିହାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ୱାରା ଚୋକସି, ତାଙ୍କ ଭଣଜା ନୀରବ ମୋଦି, ସେମାନଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀ, ବ୍ୟାଙ୍କ ଅଧିକାରୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଦୁହେଁ ଭାରତର ୱାଣ୍ଟେଡ୍ ତାଲିକାରେ । ଦୁହେଁ ସାଙ୍ଗ ହୋଇ ଦେଶ ଛାଡ଼ି ପଳାଇଥିଲେ । ନିରବ ମୋଦି ଏବେ ଲଣ୍ଡନ ଜେଲରେ ଅଛନ୍ତି । ତାଙ୍କୁ ମଧ୍ୟ ପ୍ରତ୍ୟର୍ପଣ ପାଇଁ ଭାରତ ଉଦ୍ୟମ କରୁଛି ।

Tags: