OSSC ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ଗିରଫ
ବାଲେଶ୍ୱର : ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ । ବାଲେଶ୍ୱର ପୋଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଥିବା ସୂଚନା ମିଳିଛି । ବିହାରରୁ ୩ଜଣ ଗିରଫ ହୋଇଥିବା ବେଳେ ଓଡିଶାରୁ ୪ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ବାଲେଶ୍ୱର ପୋଲିସ ଜଣେ ମହିଳାଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଛି । ଅଭିଯୁକ୍ତକୁ ଗିରଫ ପାଇଁ […]
ବାଲେଶ୍ୱର : ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ । ବାଲେଶ୍ୱର ପୋଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଥିବା ସୂଚନା ମିଳିଛି । ବିହାରରୁ ୩ଜଣ ଗିରଫ ହୋଇଥିବା ବେଳେ ଓଡିଶାରୁ ୪ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ବାଲେଶ୍ୱର ପୋଲିସ ଜଣେ ମହିଳାଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଛି । ଅଭିଯୁକ୍ତକୁ ଗିରଫ ପାଇଁ ବାହାର ରାଜ୍ୟକୁ ଯାଇଥିଲା ବାଲେଶ୍ୱର ପୋଲିସର ୨ଟି ଟିମ୍ । ତେବେ ଅପରାହ୍ନ ୪ଟାରେ ପ୍ରେସମିଟ୍ କରି ସବିଶେଷ ତଥ୍ୟ ରଖିବେ ବାଲେଶ୍ବର ଏସ୍ପି ସାଗରିକା ନାଥ ।
ସୂଚନାନୁସାରେ,ଚଳିତ ମାସ ଜେଇ (ସିଭିଲ) ମେନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା I ପରୀକ୍ଷା ପୂର୍ବରୁ କିଛି ଦଲାଲ ଏହାର ପ୍ରଶ୍ନ ପତ୍ର ପ୍ରଘଟ କରିଥିଲେ I ଯାହାଫଳରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଓଏସଏସସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା ତାର ଖୋଳତାଡ଼ କରିଥିଲା ପୋଲିସ ।
ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଆଜି ୪ ଟାରେ ପ୍ରେସମିଟ କରି ବାଲେଶ୍ୱର ଏସ୍ପି ସାଗରିକା ନାଥ ପ୍ରତିକ୍ରିୟା ରଖିଛନ୍ତି । ପ୍ରିଣ୍ଟିଂ ପ୍ରେସ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ‘ପ୍ରିଣ୍ଟିଂ ପ୍ରେସ୍ର ଜଣେ ହେଲ୍ପର ପ୍ରଶ୍ନପତ୍ର ଲିକ୍ କରିଥିଲେ । ପ୍ରେସ୍ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ । ହେଲପର ଓ ମାଷ୍ଟରମାଇଣ୍ଡ ଗୋଟିଏ ଗାଁର I ସେହିପରି ମାଷ୍ଟରମାଇଣ୍ଡ ବିହାରର ଜଣେ ସରକାରୀ ଅଧିକାରୀ । ସଂପୃକ୍ତ ପ୍ରିଣ୍ଟିଂ ପ୍ରେସଟି ଓଡ଼ିଶା ବାହାରେ ରହିଛି । ଓଡ଼ିଶାରୁ ଗିରଫ ଲୋକ କେବଳ ମଧ୍ୟସ୍ଥ କାମ କରୁଥିଲେ । ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଜଣାପଡ଼ିନି’ ।




