ପଞ୍ଜାବ ଇସଲାମବାଦ ଥାନା ନିକଟରେ ଭୟଙ୍କର ବିସ୍ଫୋରଣ, ନିଜକୁ ଦାୟୀ କଲା ଗ୍ୟାଙ୍ଗଷ୍ଟର ଜୀବନ ଫୌଜି

ନୂଆଦିଲ୍ଲୀ : ପଞ୍ଜାବ ଅମୃତସରର ଇସଲାମାବାଦ ଥାନା ନିକଟରେ ଭୟଙ୍କର ବିସ୍ଫୋରଣ। ଆଜି ଭୋର୍ ୩ଟା ସମୟରେ ଏହି ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଘରର କାନ୍ଥ ଗୁଡିକ ଥରି ଉଠିଥିଲା । ତେବେ ଥାନାରେ କୌଣସି ବିସ୍ଫୋରଣ ହୋଇନଥିବା ପରେ ଜଣା ପଡି଼ଥିଲା । ଏହି ବିସ୍ଫୋରଣ ପାଇଁ ଗ୍ୟାଙ୍ଗଷ୍ଟର ଜୀବନ […]

Samaya Live Picture
Published On

ନୂଆଦିଲ୍ଲୀ : ପଞ୍ଜାବ ଅମୃତସରର ଇସଲାମାବାଦ ଥାନା ନିକଟରେ ଭୟଙ୍କର ବିସ୍ଫୋରଣ। ଆଜି ଭୋର୍ ୩ଟା ସମୟରେ ଏହି ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଘରର କାନ୍ଥ ଗୁଡିକ ଥରି ଉଠିଥିଲା । ତେବେ ଥାନାରେ କୌଣସି ବିସ୍ଫୋରଣ ହୋଇନଥିବା ପରେ ଜଣା ପଡି଼ଥିଲା । ଏହି ବିସ୍ଫୋରଣ ପାଇଁ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ନିଜକୁ ଦାୟୀ କରିଛି।

ବିସ୍ଫୋରଣ ଖବର ପାଇ ଅମୃତସର ପୋଲିସ କମିଶନର ଗୁରପ୍ରୀତ ସିଂ ଭୁଲର ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, “ଥାନା ଭିତରେ କୌଣସି ବିସ୍ଫୋରଣ ହୋଇନାହିଁ, କିନ୍ତୁ ଆମେ ତଦନ୍ତ କରୁଛୁ। ଆଜି ସକାଳେ ନିଶ୍ଚିତ ଭାବେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।

ସେପଟେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ପୋଷ୍ଟରେ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ଇସଲାମାବାଦ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ୧୯୮୪ ମସିହାରୁ ସରକାର ସହ ମିଶି ସେମାନେ ଶିଖ୍ ଓ ସେମାନଙ୍କ ପରିବାରବର୍ଗ ସହିତ କ’ଣ କରିଛନ୍ତି ତାହା ପୁଲିସକୁ ଜଣାଇବା ପାଇଁ ଆଜି ମୁଁ ଅମୃତସରର ଇସଲାମାବାଦ ପୁଲିସ ଷ୍ଟେସନ ଉପରକୁ ଗ୍ରେନେଡ୍ ଫିଙ୍ଗାଇଥିଲି ଓ ଏହାର ଉତ୍ତରଦାୟିତ୍ୱ ମୁଁ ନେଉଛି ବୋଲି ସେ ପୋଷ୍ଟରେ ଦାବି କରିଛି । ଆଗକୁ ଯଦି ସରକାର ଓ ପୋଲିସ ଏପରି କରିବା ଯାରି ରଖନ୍ତି ତେବେ ତାହାର ଉତ୍ତର ଦିଆଯିବ ବୋଲି ଫୌଜି ପୋଷ୍ଟରେ ଉଲ୍ଲେଖ କରିଛି।

କିନ୍ତୁ ବର୍ତ୍ତମାନ ଯାଏଁ ପଞ୍ଜାବ ପୋଲିସ ବିସ୍ଫୋରଣକୁ ନେଇ ଗ୍ୟାଙ୍ଗଷ୍ଟରଙ୍କ ବିଷୟରେ ସୂଚନା ଦେଇନାହିଁ। ତେବେ ଗତ କିଛି ଦିନ ହେବ ପଞ୍ଜାବର ପୋଲିସ ଷ୍ଟେସନ ନିକଟରେ ସମାନ ବିସ୍ଫୋରଣ ଘଟୁଛି। ପୋଲିସ ଷ୍ଟେସନ ନିକଟରେ ବିସ୍ଫୋରଣର ଏହା ଷଷ୍ଠ ଘଟଣା। ଡିସେମ୍ବର ୪ରେ ଅମୃତସର ମାଜିଠା ପୋଲିସ ଷ୍ଟେସନରେ ବିସ୍ଫୋରଣ ହୋଇଥିଲା। ନିକଟରେ ଅଜନାଲା ପୋଲିସ ଷ୍ଟେସନ ବାହାରେ ଏକ ଆଇଡ଼ି ମଧ୍ୟ ଉଦ୍ଧାର କରାଯାଇଥିଲା। ସେହିପରି ଅମୃତସର ପୋଲିସ କମିଶନରେଟଙ୍କ ଗୁରୁବକ୍ସ ନଗର ପୋଲିସ ପୋଷ୍ଟ ଭିତରେ ମଧ୍ୟ ବିସ୍ଫୋରଣ ଘଟିଥିଲା।

Tags: