ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଅଫିସର
କଳାହାଣ୍ଡି : ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର I ଥୁ.ରାମପୁର ବ୍ଲକର ଏମ୍ଆଇ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ଫସିଛନ୍ତି । ବ୍ଲକ ଅଫିସରେ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁଶାନ୍ତ ମଲ୍ଲିକ କଳାହାଣ୍ଡି ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ସୂଚନାଯୋଗ୍ୟ ଯେ, ବାରିପଦା ପିଏସ ଡିଭିଜନର ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଏକାଥରରେ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗରେ ଭିଜିଲାନ୍ସ […]
କଳାହାଣ୍ଡି : ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର I ଥୁ.ରାମପୁର ବ୍ଲକର ଏମ୍ଆଇ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ଫସିଛନ୍ତି । ବ୍ଲକ ଅଫିସରେ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁଶାନ୍ତ ମଲ୍ଲିକ କଳାହାଣ୍ଡି ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ।
ସୂଚନାଯୋଗ୍ୟ ଯେ, ବାରିପଦା ପିଏସ ଡିଭିଜନର ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଏକାଥରରେ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଥିଲା । ଏହି ଚଢାଉରେ ୨ଜଣ ଏସପି, ୩ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଥିଲେ । ବର୍ତ୍ତମାନ ଭିଜିଲାନ୍ସ ଟିମ୍ ସୁଶାନ୍ତ ମଲ୍ଲିକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି।




