ଗୁଜରାଟକୁ ଚାଲାଣ ବେଳେ ଧରାପଡିଲା ୫୦ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ : ଗୁଜରାଟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ I କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ରୁ ୫୦୨ କେଜିର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ -ଲମତାପୁଟ ପୋଲିସ I ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଚମ୍ପଟ ମାରିଥିଲେ I ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣ ପଡିଛି I ସୂଚନାନୁସାରେ ଜଲାପୁଟ ଜଳ ଭଣ୍ଡାର ପାର୍ଶ୍ଵରେ ଥିବା ନୂଆପୁଟ ନଦୀ […]

Samaya Live Picture
Published On

ଲମତାପୁଟ : ଗୁଜରାଟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ I କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ରୁ ୫୦୨ କେଜିର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ -ଲମତାପୁଟ ପୋଲିସ I ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଚମ୍ପଟ ମାରିଥିଲେ I ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣ ପଡିଛି I

ସୂଚନାନୁସାରେ ଜଲାପୁଟ ଜଳ ଭଣ୍ଡାର ପାର୍ଶ୍ଵରେ ଥିବା ନୂଆପୁଟ ନଦୀ ଘାଟ ଅଞ୍ଚଳରୁ ଲମତାପୁଟ ରାସ୍ତା ଦେଇ ଗୁଜରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ମାଛକୁଣ୍ଡ ଓ ଲମତାପୁଟ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲେ । ଘଟଣା ସ୍ଥଳକୁ ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୁଲିସ ମିଳିତ ଟିମ ଗଠନ କରି ଚଢାଉ କରିଥିଲେ। ଅନ୍ଧାରର ସୁଯଗ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକକୁ ଯାଞ୍ଚ ବେଳେ ସେଥିରେ ୨୦ଟି ବସ୍ତାରେ ୫କୁଇଣ୍ଟାଲ ୨ କେଜି ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗାଡିର କାଗଜ ପତ୍ର ଯାଞ୍ଚ କରିବା ପରେ ମାଲିକ ନାମରେ NDPS ରେ ମାମଲା ରୁଜୁ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ମାଛକୁଣ୍ଡ ପୁଲିସ ଘଟଣାର ତଦନ୍ତ କରୁଛି।

Tags: