ବିମାନବନ୍ଦରରୁ ବିସ୍କୁଟ ପ୍ୟାକେଟରେ ମାରିଜୁଆନା ଜବତ,୧ ଗିରଫ
ଭୁବନେଶ୍ୱର : ଅଭିନବ ଉପାୟରେ ନିଶା କାରବାର । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜବତ ହୋଇଛି ୪ କୋଟି ଟଙ୍କାର ମାରିଜୁଆନା । ଜର୍ମାନ ପ୍ରସ୍ତୁତ ଏହି ଦାମୀ ନିଶାକୁ ଅଭିନବ ଉପାୟରେ ବିସ୍କୁଟ ପ୍ୟାକେଟରେ ଭର୍ତି କରି ବ୍ୟାଙ୍କଙ୍କରୁ ଅଣାଯାଉଥିବାବେଳେ ବିମାନବନ୍ଦରରୁ ଧରିଛି କଷ୍ଟମ ବିଭାଗ ଓ ଡିଆର୍ଆଇ ଟିମ୍ । ତେବେ ନିଶାଦ୍ରବ୍ୟ ଚୋରା କାରବାରରେ ଜଣେ ଭାରତୀୟ ନାଗରିକ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିଙ୍କ ଘର […]
ଭୁବନେଶ୍ୱର : ଅଭିନବ ଉପାୟରେ ନିଶା କାରବାର । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜବତ ହୋଇଛି ୪ କୋଟି ଟଙ୍କାର ମାରିଜୁଆନା । ଜର୍ମାନ ପ୍ରସ୍ତୁତ ଏହି ଦାମୀ ନିଶାକୁ ଅଭିନବ ଉପାୟରେ ବିସ୍କୁଟ ପ୍ୟାକେଟରେ ଭର୍ତି କରି ବ୍ୟାଙ୍କଙ୍କରୁ ଅଣାଯାଉଥିବାବେଳେ ବିମାନବନ୍ଦରରୁ ଧରିଛି କଷ୍ଟମ ବିଭାଗ ଓ ଡିଆର୍ଆଇ ଟିମ୍ । ତେବେ ନିଶାଦ୍ରବ୍ୟ ଚୋରା କାରବାରରେ ଜଣେ ଭାରତୀୟ ନାଗରିକ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି । ନିଶା କାରବାର ପାଇଁ ଧରାପଡ଼ିଥିବା ବ୍ୟକ୍ତି କମିଶନ ନେଇ ଚାଲାଣ କରୁଥିଲେ ବୋଲି ସୂଚନା ଦେଇଛନ୍ତି ଡ଼ିଆରଆଇ। ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରହିଛି । ତଦନ୍ତ ଶେଷ ହୋଇନଥିବାରୁ ବିଭାଗୀୟ ଅଧିକାରୀମାନେ ସବିଶେଷ ବିବରଣୀ ଦେଇନାହାନ୍ତି। କିନ୍ତୁ ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି । ବ୍ୟାଙ୍କକ୍ରୁ ଭୁବନେଶ୍ବର ଆସୁଥିବା ବିମାନରେ ଜଣେ ବ୍ୟକ୍ତି ମାରିଜୁଆନା ନେଇ ଆସୁଥିବା ଖବର ପାଇ ଡିଆର୍ଆଇ ସ୍କ୍ବାଡ୍ ଛକି ରହିଥିଲା।
ସେହିପରି ଗତଥର ପଶ୍ଚିମବଙ୍ଗର ୨ ମହିଳାଙ୍କଠାରୁ ପ୍ରାୟ ୧୦ କେଜି ମାରିଜୁଆନା ଜବତ କରାଯାଇଥିଲା ଏବଂ କଷ୍ଟମସ୍ ଅଧିକାରୀମାନେ ୨ମହିଳାଙ୍କୁ ଗିରଫ କରିଥିଲେ।




