ଗଞ୍ଜେଇ ଲିଙ୍କ,ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ

ବୌଦ୍ଧ :ଖାକିରେ ଦାଗ I ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ I ଜବତ ଗଞ୍ଜେଇକୁ ନିଜ ଵସରକାରୀ ବାସ ଭବନରେ ଲୁଚାଇ ରଖି ଧରାପଡ଼ିବା ପରେ ୩ କର୍ମଚାରୀ ହେଲେ ନିଲମ୍ବିତ I ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅଞ୍ଚଳରେ I ଘଟନାନୁସାରେ,ଗତ ୧୬ ତାରିଖରେ ବେରେଡାବେରୀ ଛକ ନିକଟରେ ଜଣେ ଗଞ୍ଜେଇ ବେପାରୀକୁ ଏକ ବାଇକ୍‌ ସହ ଧରାଯାଇଥିଲା। ତା ନିକଟରୁ ୧୬ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଥିଲା। ସେଠାରେ ୩ […]

Samaya Live Picture
Published On

ବୌଦ୍ଧ :ଖାକିରେ ଦାଗ I ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ I ଜବତ ଗଞ୍ଜେଇକୁ ନିଜ ଵସରକାରୀ ବାସ ଭବନରେ ଲୁଚାଇ ରଖି ଧରାପଡ଼ିବା ପରେ ୩ କର୍ମଚାରୀ ହେଲେ ନିଲମ୍ବିତ I ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅଞ୍ଚଳରେ I

ଘଟନାନୁସାରେ,ଗତ ୧୬ ତାରିଖରେ ବେରେଡାବେରୀ ଛକ ନିକଟରେ ଜଣେ ଗଞ୍ଜେଇ ବେପାରୀକୁ ଏକ ବାଇକ୍‌ ସହ ଧରାଯାଇଥିଲା। ତା ନିକଟରୁ ୧୬ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଥିଲା। ସେଠାରେ ୩ ପୋଲିସ କର୍ମଚାରୀ ଗଂଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀ ଜଣଙ୍କୁ ଛାଡି ଦେଇ ଗଂଜେଇ ଏବଂ ଜବତ ବାଇକକୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ। ଫାଣ୍ଡି ଅଧିକାରୀ I ଏହି ଘଟଣା ଜଣାପଡିବା ପରେ ବୌଦ୍ଧ ଆଇଆଇସିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଆଇଆଇସି ବଘିଆପଡ଼ା ଫାଣ୍ଡି ଅଧିକାରୀଙ୍କ ସନାତନ ପ୍ରଧାନଙ୍କ କ୍ୱାର୍ଟର୍ସରୁ ଗଞ୍ଜେଇ ଜବତ କରିବା ସହ ସେ ଗଞ୍ଜେଇ କାରବାର କରୁଥିବା ପ୍ରମାଣ ପାଇଥିଲେ। ଏହାସହ ଦୁଇ କନଷ୍ଟେବଲ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଗଞ୍ଜେଇ ଚୋରାଚାଲାଣ କରିବା, ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ଓ କ୍ୱାର୍ଟର୍ସରୁ ଗଞ୍ଜେଇ ଜବତ ହେବା ଅଭିଯୋଗରେ ଗତକାଲି ଏସପି ବଘିଆପଡ଼ା ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଲଙ୍କୁ ନିଲମ୍ବିତ କରିଥିଲେ। ନିଲମ୍ବିତ ପୋଲିସ କର୍ମଚାରୀମାନେ ହେଲେ ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ଇ ଏମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ସୂଚନା ଦେଇଛନ୍ତି I

Tags: