ମାଓ ଯୋଜନା ପଣ୍ଡ,ଅଳ୍ପକେ ବର୍ତିଲେ ଯବାନ

ମାଲକାନଗିରି: ସୁରକ୍ଷାବାହିନୀକୁ ବଡ଼ ସଫଳତା । ପୁଣି ଥରେ ପଣ୍ଡ ହେଲା ଲାଲବାହିନୀର ଯୋଜନା । ରାସ୍ତାରେ ଖଞ୍ଜା ଯାଇଥିବା ୨୫ କିଲୋର IEDକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ଛତିଶଗଡ ସୀମାନ୍ତ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ସଂଗଠନ ରାସ୍ତାରେ ଏକ ପ୍ଲାଷ୍ଟିକ ଡ୍ରମରେ IED ଭର୍ତି କରି ରଖିଥିଲେ । ମାତ୍ର ଯବାନମାନେ ଏହାକୁ ଡିଟେକ୍ଟରରେ ଠାବ କରିନେଇଥିଲେ । ମାଓବାଦୀଙ୍କ ଗରିଲା ରଣନୀତିରୁ ଅଳ୍ପକେ ବର୍ତି ଯାଇଛନ୍ତି […]

ମାଓ ଯୋଜନା ପଣ୍ଡ,ଅଳ୍ପକେ ବର୍ତିଲେ ଯବାନ
Samaya Live Picture
Published On

ମାଲକାନଗିରି: ସୁରକ୍ଷାବାହିନୀକୁ ବଡ଼ ସଫଳତା । ପୁଣି ଥରେ ପଣ୍ଡ ହେଲା ଲାଲବାହିନୀର ଯୋଜନା । ରାସ୍ତାରେ ଖଞ୍ଜା ଯାଇଥିବା ୨୫ କିଲୋର IEDକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ଛତିଶଗଡ ସୀମାନ୍ତ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ସଂଗଠନ ରାସ୍ତାରେ ଏକ ପ୍ଲାଷ୍ଟିକ ଡ୍ରମରେ IED ଭର୍ତି କରି ରଖିଥିଲେ । ମାତ୍ର ଯବାନମାନେ ଏହାକୁ ଡିଟେକ୍ଟରରେ ଠାବ କରିନେଇଥିଲେ । ମାଓବାଦୀଙ୍କ ଗରିଲା ରଣନୀତିରୁ ଅଳ୍ପକେ ବର୍ତି ଯାଇଛନ୍ତି ସୁରକ୍ଷାକର୍ମୀ ।

ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ଆବାପାଲି ରାସ୍ତାରେ ଡିଆରଜି ଓ ସିଆରପିଏଫ ବାହିନୀ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲା । ଉସୁର ଠାରୁ ୩ କିଲୋମିଟର ଦୂରରେ ଥିବା ଏକ ଧାନ ମଣ୍ଡି ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ । ଏହାକୁ ଡିଟେକ୍ଟର ସାହାଯ୍ୟରେ ଠାବ କରିଥିଲା ସୁରକ୍ଷା ବାହିନୀ । ଏହା ସହିତ ନକ୍ସଲଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଦେଇଛନ୍ତି । ଉଦ୍ଧାର ହୋଇଥିବା ଆଇଇଡିର ଓଜନ ୨୫ କିଲୋଗ୍ରାମ ହେବା ବୋଲି ଅନୁମାନ କରାଯାଉଛି ।

Tags: