ବିଜେଡିର ନେତାଙ୍କୁ ପୋଷ୍ଟର ମାରି ମାଓ ଧମକ
ରାୟଗଡା : ପୋଷ୍ଟର ଲଗାଇ ୩ ବିଜେଡି ନେତାଙ୍କୁ ଧମକ ଦେଲେ ନକ୍ସଲI ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଲାଗିଛି ଏହି ପୋଷ୍ଟର । ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ନକ୍ସଲ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖଇବାକୁ ମିଳିଛି । ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାଗେଟ୍ କରାଯାଇଛି […]
ରାୟଗଡା : ପୋଷ୍ଟର ଲଗାଇ ୩ ବିଜେଡି ନେତାଙ୍କୁ ଧମକ ଦେଲେ ନକ୍ସଲI ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଲାଗିଛି ଏହି ପୋଷ୍ଟର । ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ନକ୍ସଲ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖଇବାକୁ ମିଳିଛି । ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାଗେଟ୍ କରାଯାଇଛି । ରାମନାକୁପୁଲି ଛକ ନିକଟରେ ଏହି ବ୍ୟାନର ଲାଗିଛି। ଗିରଫ ଆଦିବାସୀଙ୍କୁ ବିନା ସର୍ତ୍ତରେ ଖଲାସ ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।
ସୂଚନା ଅନୁସାରେ ଏହି ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିଲା ଉଲ୍ଲେଖ ରହିଛି । ପୋଷ୍ଟରରେ ନକ୍ସଲମାନେ ଉଲ୍ଲେଖ କରିଛନ୍ତି ଯେ, ରାୟଗଡ଼ା ଜିଲ୍ଲାରେ ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରିବା ଓ ମିଛ କେସରେ ଫସାଇବା ବନ୍ଦ କର। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର। ନଚେତ ଏସବୁ ଚକ୍ରାନ୍ତ ଉପରେ ଦାୟୀ ଥିବା ବିଜେଡି ନେତା ଏନ୍ ଭାସ୍କର ରାଓ , ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




