ଗୋଛପଡା ରାସ୍ତାରେ ମାଓ ପୋଷ୍ଟର
ଫୁଲବାଣୀ : କନ୍ଧମାଳ ଜିଲାରେ ପୁଣି ଦେଖିବାକୁ ମିଛି ମାଓପୋଷ୍ଟର I ଜିଲ୍ଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ସରକାର ଓ ପୋଲିସ ବିରୋଧୀ ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଥିଲା । ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ ପଡ଼ା, ଦରଘା ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ସୂଚନା ମିଳିଛି। ଫଳରେ ସେହି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୋଷ୍ଟରରେ […]
ଫୁଲବାଣୀ : କନ୍ଧମାଳ ଜିଲାରେ ପୁଣି ଦେଖିବାକୁ ମିଛି ମାଓପୋଷ୍ଟର I ଜିଲ୍ଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ସରକାର ଓ ପୋଲିସ ବିରୋଧୀ ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଥିଲା । ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ ପଡ଼ା, ଦରଘା ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ସୂଚନା ମିଳିଛି। ଫଳରେ ସେହି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବି ଏନ୍ ଡିଭିଜନର ସଚିବ ବିଜୟ ଲେଖାଯାଇଛି।
ଫିରିଙ୍ଗିଆ ଥାନାପୋଡ଼ି ଘଟଣାକୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୁଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଛି ସଙ୍ଗଠନ । ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଚ୍ଛି । ସରକାର ଗଞ୍ଜେଇ ଚାଷକୁ ଔଷଧ ତାଲିକାଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି ।




